www.samajalive.in
Monday, December 8, 2025
27.1 C
Bhubaneswar

ଭାଙ୍ଗିଲା ବିଶ୍ରାମାଗାର, ଅଳ୍ପକେ ବର୍ତ୍ତିଲେ ୩ ମହିଳା ଓ ପୁରୁଷ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଗ୍ରାମ ମଝିରେ ଥିବା ଯାତ୍ରୀ ବିଶ୍ରାମାଗାର ଭାଙ୍ଗିଯିବାରୁ ତିନି ଜଣ ମହିଳା ଓ ପୁରୁଷ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ଗତ ସୋମବାର ଅପରାହ୍ନରେ ଲଘୁଚାପଜନିତ ବର୍ଷା ହୋଇଥିବା ଯୋଗୁଁ ପୂର୍ବରୁ ଅବହେଳିତ ଅବସ୍ଥାରେ ଥିବା ଯାତ୍ରୀ ବିଶ୍ରାମାଗାର ଭାଙ୍ଗିଗଲା। ସନ୍ଧ୍ୟା ସମୟରେ ଗାଁର ମିଣିଆକା ମାଝୀ, ଜୟସିଂ ପିଡ଼ିସିକା ଓ ଚମ୍ପା ପାର୍ତ୍ତିକା ବସି କଥା ହେଉଥିବା ବେଳେ ଅଚାନକ ଯାତ୍ରୀ ବିଶ୍ରାମାଗାରର ତାଜା ଭୁଶୁଡି ପଡିଥିଲା । ଯାହା ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି ବିଶ୍ରାମାଗାର ବହୁ ପୁରୁଣା ହୋଇଯାଇଥିବାରୁ ଏପରି ହୋଇଥିବା ଗ୍ରାମବାସୀ କହିଛନ୍ତି । ଏସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରୁ କହିଲେ ଯାତ୍ରୀ ବିଶ୍ରାମାଗାର ପାଇଁ ଟଙ୍କା ଅଛି, ଜାଗା ଚିହ୍ନଟ ହେଲେ କରାଯିବ, ନହେଲେ ଏହାକୁ ଭାଙ୍ଗି ପୁନର୍ବାର ନିର୍ମାଣ କରାଯିବ ବୋଲି କହିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories