www.samajalive.in
Monday, December 8, 2025
17.1 C
Bhubaneswar

ଶୀତଦିନେ ଖାଦ୍ୟ ଟିପ୍ସ

ଥଣ୍ଡାପାଗରେ ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଏହି ସମୟରେ ଥଣ୍ଡା କାଶ ଆଦି ହେବାର ଆଶଙ୍କା ଥାଏ। ତେଣୁ ଥଣ୍ଡା ପାଗରେ ଖାଦ୍ୟ-ପାନୀୟ ପ୍ରତି ସଚେତନ ରହିବାକୁ ପଡିଥାଏ। ତେବେ ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବା ଉଚିତ୍ ଓ ଅନୁଚିତ୍ ସେବିଷୟରେ ଆସନ୍ତୁ ଜାଣିବା।

ଥଣ୍ଡାପାଗରେ ଲୁଣ ଓ ଚିନି କମ୍ ମାତ୍ରାରେ ସେବନ କରନ୍ତୁ। ଚା’ ଓ କଫି ବାରମ୍ବାର ପିଅନ୍ତୁ ନାହିଁ।
ରାତ୍ରି ଭୋଜନରେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ପୁରୀ ବା ପରଠା ଖାଇବାକୁ ଯଦି ଇଚ୍ଛା ହେଉଛି ତେବେ ଦିନରେ ଖାଆନ୍ତୁ। ରାତିରେ ତେଲ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

- Advertisement -

ଥଣ୍ଡା ପାଗରେ ଆଳସ୍ୟ କାରଣରୁ କିଛି ଲୋକ ଦୁଇ ଓଳିର ଖାଦ୍ୟ ଗୋଟିଏ ସମୟରେ କରି ରଖି ଦିଅନ୍ତି। କିନ୍ତୁ ଏପରି କରିବା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ।

ଥଣ୍ଡାପାଗରେ ପତ୍ରଜନିତ ପରିବା, ଗାଜର, ମୂଳା ଆଦି ଅଧିକରୁ ଅଧିକ ସେବନ କରନ୍ତୁ।

ଏହି ସମୟରେ ଡ୍ରାଏ ଫ୍ରୁଟ୍ସ ସେବନ କରିବା ଅମୃତ ସମାନ ହୋଇଥାଏ। ବାଦାମ, କାଜୁ, ଅଖରୋଟ୍, କିଶମିଶ ଆଦି ଖାଇବା ଦ୍ବାରା ଥଣ୍ଡା ଶର୍ଦ୍ଦି ହୋଇନଥାଏ।

ଯଦି ମିଠା ଖାଇବାକୁ ଚାହୁଁଛନ୍ତି ତେବେ ଗାଜର ଖିରୀ ଏବଂ ଖଜୁର ଖିରୀ ଖାଇ ପାରିବେ। କାରଣ ଏଥିରେ ପ୍ରାକୃତିକ ମିଠା ଥାଏ ଯାହା ଶରୀର ପାଇଁ କମ୍ କ୍ଷତିକାରକ।

ବିବାହ ଆଦି ଉତ୍ସବରେ ଅନେକ ଲୋକ କିଛି ନଭାବି ବହୁତ କିଛି ଖାଦ୍ୟ ଖାଇଥାନ୍ତି। ସେଥିରେ ଅଧିକ ମାତ୍ରାରେ ତେଲ ରହିଥିବାରୁ ତାହା ଶରୀର ପାଇଁ ଉପଯୋଗୀ ନୁହେଁ। ତେଣୁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ।

ଥଣ୍ଡାପାଗରେ ଭୋକ ଅଧିକ ମାତ୍ରାରେ ବଢିଯାଇଥାଏ। ତେଣୁ ଓଭର ଡାଇଟିଙ୍ଗ କରନ୍ତୁ ନାହିଁ।

ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ବାରା ଶରୀରର ଓଜନ ବୃଦ୍ଧି ହେବା ସହ ଆପଣ ମୋଟା ହୋଇ ପାରନ୍ତି।

ଥଣ୍ଡା ପାଗରେ ଲୋକେ ପରାଠା ଖାଇାବକୁ ଅଧିକ ପସନ୍ଦ କରନ୍ତି। ତେଣୁ ମେଥୀ ଶାଗ, ବଥୁଆ ଶାଗ, ପାଳଙ୍ଗ ଶାଗ, ମୂଳା, ଗାଜର, ବିଟ୍ ଆଦିରେ ପରାଠା ପ୍ରସ୍ତୁତ କରି ଖାଇ ପାରିବେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories