www.samajalive.in
Monday, December 8, 2025
20.1 C
Bhubaneswar

ଦିନ ଦ୍ୱିପ୍ରହରରେ ରାସ୍ତା ଉପରେ ଭାଲୁ; ଲୋକେ ଆତଙ୍କିତ

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଭବାନୀପାଟଣା ଜାତୀୟ ରାଜପଥରେ ଦିନ ଦ୍ବିପ୍ରହରରେ ଭାଲୁ ଆତଙ୍କ ଦେଖାଦେଇଛି। ଯାହାକୁ ସେଠାକାର ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ସଦରମହକୁମାଠାରେ।

ଆଜି ଦିନ ଦ୍ବିପ୍ରହରରେ ଏକ ବିରାଟ ଭାଲୁ ଡାବୁଗାଁ ରାସ୍ତା ଟୁରି ନଦୀପଟୁ ପାପଡାହାଣ୍ଡିର ବଙ୍କା ସାହି ନିକଟରେ ଥିବା ମସଜିଦ ନିକଟକୁ ଚାଲି ଆସିଥିଲା। ସେଠାରେ ସାହିଲୋକ ଭାଲୁକୁ ଦେଖି ଚିତ୍କାର କରିବାରୁ ଭାଲୁଟି ନିକଟରେ ଥିବା ଆସ ପାଇକ ଘର ବାଉଣ୍ଡ୍ରି ଭିତରକୁ ପଶିଥିଲା। ସାହି ଲୋକେ ପାଟିତୁଣ୍ଡ କରିବାରୁ ଭାଲୁଟି ବଙ୍କା ସାହି ଦେଇ ବସଷ୍ଟାଣ୍ଡ ପଟକୁ ଦୌଡ଼ି ଯିବା ସମୟରେ ସାହିରେ ବାସ କରୁଥିବା ଜଣେ ବ୍ୟକ୍ତି ଅଶୋକ ପଟନାୟକଙ୍କ ଘର ଆଡ଼କୁ ଯାଇଥିଲା। ଏହି ସମୟରେ ତାଙ୍କ ୧୨ ବର୍ଷର ପୁଅ ଆଶୁତୋଷ ପଟନାୟକ ନିଜ ଘର ବାରଣ୍ଡାରେ ଛିଡା ହୋଇଥିଲା। ଭାଲୁଟି ଦୌଡି ଆସି ଆଶୁତୋଷଙ୍କ ଜଂଘରେ କାମୁଡ଼ି ଦେଇଥିଲା। ଲୋକଙ୍କ ପାଟି ଶୁଣି ଭାଲୁ ସେଠାରୁ ଦୌଡି ଦୁର୍ଗାମଣ୍ଡପ ଦେଇ ସିଧା ପାପଡାହାଣ୍ଡି ଭବାନୀପାଟଣା ଜାତୀୟ ରାଜପଥକୁ ଚାଲିଆସିଥିଲା। ସେତେବେଳକୁ ରାସ୍ତା ଉପରେ ଗାଡି ମଟର ସହ ଲୋକେ ଯିବା ଆସିବା କରୁଥିଲେ। ହଠାତ ରାସ୍ତା ଉପରେ ଜନଗହଳିରେ ଭାଲୁକୁ ଦେଖି ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଲୋକଙ୍କ ପାଟି ଶୁଣି ଭାଲୁଟି ଜାତୀୟ ରାଜପଥର ମଝି ରାସ୍ତାରେ ଦୌଡ଼ି ଦୌଡି ନବରଙ୍ଗପୁର ଯିବା ରାସ୍ତା କଡରେ ଥିବା ଚମ୍ପାବଣ ଭିତରକୁ ଚାଲିଯାଇଥିଲା। ଭାଲୁକୁ ଦେଖି ବାଇକ ଚାଳକମାନେ ବାଇକ ଛାଡି ଦୌଡୁଥିବା ଦେଖିବାକୁ ମିଳିଥିଲା। ଭାଲୁ ଦାଉରୁ ଅଳ୍ପକେ ବର୍ତିଥିଲେ କିଛି ଲୋକ। ଗାଁ ଭିତରେ ଭାଲୁକୁ ଦେଖି ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକେ। ଏପଟେ ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଜଙ୍ଗଲ ଭିତରକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ଏପଟେ ଭାଲୁ ଗାଁ ଭିତରକୁ ପଶିବା ଜାଣିବା ପରେ ଲୋକଙ୍କ ଭିଡ଼ ଜମିରହିଥିଲା ଭାଲୁକୁ ଦେଖିବା ପାଇଁ। ଏପଟେ ଭାଲୁ ରାସ୍ତାରେ ଦୌଡୁଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories