www.samajalive.in
Monday, December 8, 2025
27.1 C
Bhubaneswar

ଅପହଞ୍ଚ ଇଲାକାର ବିକଳ ଚିତ୍ର : ୫୫ ଟଙ୍କାର କିରାସିନି ପାଇଁ ୬୦କିମି ଯାତ୍ରା

ଜେମାଦେଇପେଣ୍ଠ : ଆଦିବାସୀ ଅଧ୍ୟୁସିତ ଦୁର୍ଗମ ଇଲାକାକୁ ବିକାଶ ଅପହଞ୍ଚ । ଗାଁକୁ ନାହିଁ ପକ୍କା ସଡ଼କ। ବିତୁଛି ଦୁର୍ବିସହ ଜୀବନ। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା କିରାସିନି ଆଣିବାକୁ ୬୦ କିମି ଯାତ୍ରା କରିବାକୁ ପଡୁଛି। ଏପରି ବିକଳ ଚିତ୍ର ରାୟଗଡ଼ା ଜିଲା ନାକିଟି ପଞ୍ଚାୟତର ଲେଲେରି ଗାଁ ରେ ଦେଖିବାକୁ ମିଳିଛି। ଉକ୍ତ ଗଁା ଦୁର୍ଗମ ଅଞ୍ଚଳରେ ରହିଛି। ପାହାଡ଼ ଉପରେ ଗାଁ ରହିଥିବାରୁ ପକ୍କା ରାସ୍ତା ନିର୍ମାଣ ହୋଇପାରୁନି। ଯାତାୟାତରେ ଲୋକେ ଅସୁବିଧା ଭୋଗ କରୁଛନ୍ତି। ଏହି ଗଁା ଲୋକଙ୍କ ପାଇଁ କୋରାପୁଟ ଜିଲା ସୀମାନ୍ତ କୁଟୁଳି ପଞ୍ଚାୟତରୁ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ସାମଗ୍ରୀ ସଂଗ୍ରହ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଅନ୍ଧାରୀ ମୂଳକରେ ଥିବା ଗ୍ରାମବାସୀ କିରାସିନି ଆଣିବାକୁ କୁଟୁଳି ଆସୁଛନ୍ତି। ଗାଁ ରୁ ସିଧାସଳଖ ଗାଡି ନ ଥିବାରୁ ଜଣଙ୍କ ପିଛା ୬୦ ଟଙ୍କା ଆ‌ଦାୟ କରି ଏକ ଗାଡି ଭଡାରେ ନେଇ ୬୦ କିମି ଦୂର କୁଟୁଳି ଆସୁଛନ୍ତି । ନିଜ ଗାଁ ଠାରୁ ପଡ଼ିଶା ଜିଲାର ଦୁଇ ବ୍ଲକ ଲକ୍ଷ୍ମୀପୁର ଓ ନାରାୟଣ ପାଟଣା ଦେଇ ରାୟଗଡ଼ାର କୁଟୁଳି ପଞ୍ଚାୟତକୁ ସେମାନେ ଆସୁଛନ୍ତି । ଗ୍ରାମର ଲୋକ ନାରାୟଣପାଟଣାର ପାଲୁର ଗ୍ରାମ ଛକ ରୁଗାଡ଼ି ଦେଇ ଲକ୍ଷ୍ମୀପୁରକୁ ଆସିଥାନ୍ତି। ସେଠାରୁ ରାୟଗଡ଼ା ଜିଲା କୁଟୁଳି ପଞ୍ଚାୟତକୁ ପ୍ରାୟ ୬୦ କିଲୋମିଟର ରାସ୍ତା ଅତିକ୍ରମ କରି ଲିଟର ପିଛା ୫୫ ଟଙ୍କା ଦେଇ କିରାସିନି ନେବାକୁ ବାଧ୍ୟ ହେଉଛନ୍ତି । ଆଦିବାସୀମାନେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନରୁ ବଞ୍ଚିତ ହେଉଛନ୍ତି। ଅନେକ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ସବୁଜାଣି ପ୍ରଶାସନ ଚେଇଁ ଶୋଇଛି। ଦୁର୍ଗମ ପାହାଡିଆ ଅଞ୍ଚଳକୁ ବିକାଶର ପାଦ ପଡିପାରୁନି। ସରକାରୀ ସହାୟତା ପାଇଁ ଗୋଟିଏ ଦିନର ସମୟକୁ ନଷ୍ଟ କରି ଚାରି ଚକିଆ ଯାନକୁ ଭଡ଼ାରେ ଆଣି ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ କୋରାପୁଟ ଜିଲାର ନାରାୟଣପାଟଣା କିମ୍ବା ଲକ୍ଷ୍ମୀପୁର ବ୍ଲକର ସନ୍ନିକଟରେ ସାମିଲ କରିବାକୁ ଗ୍ରାମର ପସୁ ମେଲକ।, ଲଚି ମେଲକ।, ରମେଶ ମଣ୍ଡ।ଙ୍ଗି, ଉଦ୍ଧବ କୁମାର ୱେଡକ। ଅନୁରୋଧ କରିଛନ୍ତି। ଏ ନେଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକଙ୍କୁ ପଚାରିବାରୁ ଉକ୍ତ ଦୁର୍ଗମ ଅଞ୍ଚଳ ପାଇଁ ନାକିଟି ପଞ୍ଚାୟତର ବଜ୍ରଗଡ ଗ୍ରାମ ପାଖରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ରାସ୍ତା ତିଆରି ଯୋଜନା ରହିଛି। ଉକ୍ତ ଗ୍ରାମକୁ ରାସ୍ତା ହୋଇ ଗଲେ ସବୁ ସରକାରୀ ସହାୟତା ପହଞ୍ଚି ପାରିବ ବୋଲି ସେ କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories