www.samajalive.in
Monday, December 8, 2025
27.1 C
Bhubaneswar

ଲଘୁଚାପ ଜନିତ ବର୍ଷା: ଠିକ୍ ଭାବେ ସହରରୁ ନିଷ୍କାସନ ହେଉନି ବର୍ଷା ଜଳ, ମୁଖ୍ୟ ନାଳର ହେଉନି ପୁନରୁଦ୍ଧାର

ଗଞ୍ଜାମ: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଗଞ୍ଜାମ ସହରର ଅବସ୍ଥା ବେହାଲ ହୋଇଛି। ବିଭିନ୍ନ ୱାର୍ଡରେ ପାଣି ଜମି ରହିବା ସହ ଏକ ପ୍ରକାର କୃତିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ସହରରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବା ବେଳେ ସହରରୁ ବର୍ଷା ଓ ବନ୍ୟା ଜଳ ନିଷ୍କାସନ ପାଇଁ ଥିବା ମୁଖ୍ୟ ନାଳ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଥିବା ମୁଖ୍ୟ ନାଳ ଦୀର୍ଘ ଦିନ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏହାର ପୁନଃରୁଦ୍ଧାର କାର୍ଯ୍ୟ ହେଇପାରୁନାହିଁ। ଫଳରେ ବର୍ତମାନ ବର୍ଷା ଦିନ ଯୋଗୁଁ ଅଧିକ ବର୍ଷା ହେଲେ ସହରରୁ କିଭଳି ବର୍ଷା ଓ ବନ୍ୟା ଜଳ ନିଷ୍କାସନ ହେବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଲୋକମାନେ ବିଭିନ୍ନ ସମୟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ଦେଖା ଦେଇଛି।

ଗଞ୍ଜାମ ସହରରେ କେଉଁ ଆବାହନ କାଳରୁ ସହରରେ ରହିଛି ଏହି ମୁଖ୍ୟ ନାଳ। ଯଶୋଦା ମହିଳା ମହାବିଦ୍ୟାଳୟଠାରୁ ଏହା ତ୍ରିବେଣୀ ମଠ ଛକ ପର୍ଯ୍ୟନ୍ତ ଯାଇଛି। ଏହାର ପୁନଃରୁଦ୍ଧାର କାର୍ୟ୍ୟ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା କିନ୍ତୁ ଆଦ୍ୟାବିଧି ତାହା ହୋଇ ପାରିଲାନାହିଁ । ଏପରିକି ଗତ କିଛି ବର୍ଷ ହେଲା ଏହି ନାଳର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଡ୍ରେନେଜ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ଏବଂ ସେତେବେଳେ ବହୁ ଉଚ୍ଚ ପଦାଧିକାରୀ ମଧ୍ୟ ଏହି ମୁଖ୍ୟ ନାଳର ଅବସ୍ଥା ସମ୍ପର୍କରେ ଆସି ଅନୁଧ୍ୟାନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ମଧ୍ୟ ହେଲା ନାହିଁ। ସେହିପରି ସହରର ବିଭିନ୍ନ ସାହିରେ ଠିକ ଭାବେ ଡ୍ରେନ ନହେବା ଯୋଗୁଁ ସେହି ସାହିର ପାଣି ମଧ୍ୟ ନିଷ୍କାସନ ହେଉନି । ଯାହାକୁ ନେଇ ଉକ୍ତ ସାହି ବାସିନ୍ଦା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ ସମସ୍ୟାର ସମାଧାନ ଯୁଦ୍ଧକାଳୀନ ଭିତ୍ତିରେ ହେବା ଦରକାର ବୋଲି ମତ ପ୍ରକାଶ ପାଉଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories