www.samajalive.in
Monday, December 8, 2025
27.1 C
Bhubaneswar

ଅଭିନବ ଢ଼ଙ୍ଗରେ ସାମୂହିକ ମୁଣ୍ଡନ ହୋଇ ପ୍ରତିବାଦ କଲା କଂଗ୍ରେସ

ନବରଙ୍ଗପୁର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଡାକରାରେ ସାରା ଓଡ଼ିଶାରେ ୬ଘଣ୍ଟିଆ ବନ୍ଦ ହରତାଳ ପ୍ରଭାବରେ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିଠାରେ କଂଗ୍ରେସ ପକ୍ଷରୁ ଅଭିନଵ ଉପାୟରେ ବନ୍ଦ ଓ ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀମାନେ ସାମୂହିକ ମୁଣ୍ଡନ ହୋଇ ହରତାଳ କରିଥିଲେ।

ହାଇକୋର୍ଟର ରୋକ୍ ସତ୍ତ୍ବେ ବହୁ ମାତ୍ରାରେ ପ୍ରଭାବ ଅନୁଭୂତ ହୋଇଛି । ଆଜକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ମହାଲିଙ୍ଗ ସନ୍ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ରହସ୍ୟବୃତ ହୋଇ ରହିଥିବା ବେଳେ ଏଥିରେ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଦାବି ହୋଇ ଆସୁଥିଲେ ହେଁ ସରକାର୍ ତାଙ୍କୁ ଘଣ୍ଟ ଘୋଡାଇବାରେ ଯଥା ସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ସାବାସି ଦେଇ ନିଜ ପାଖରେ ଗୋଟିଏ ମଞ୍ଚରେ ବସାଇ ମନ୍ତ୍ରୀଙ୍କ ଭାଷଣକୁ ତାଳି ମାରିବା ସହ ପରୋକ୍ଷରେ ଅପରାଧୀ ଓ ଅପରାଧକୁ ପ୍ରୋତ୍ସାହନ ଦେଉଛନ୍ତି ଏଭଳି ଅଭିଯୋଗ ଆଣି ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିବା ଦେଖିବାକୁ ମିଳିଛି । ଏହାବ୍ୟତୀତ ଅଭିନବ ଢ଼ଙ୍ଗରେରେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ନେତୃତ୍ୱରେ କର୍ମୀମାନେ ସାମୂହିକ ଭାବେ ମୁଣ୍ଡନ ହୋଇ ମମିତା ଆତ୍ମାର ସଦ୍‌ଗତି କାମନା ସହ ତାଙ୍କ ନ୍ୟାୟ ଦାବି କରିଛନ୍ତି । ଏହି ସାମୂହିକ ମୁଣ୍ଡନ କାର୍ଯ୍ୟକ୍ରମରେ ନିଜେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ସମେତ ବହୁ କଂଗ୍ରେସ କର୍ମୀ ମୁଣ୍ଡନ ହୋଇଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories