ଟିଟିଲାଗଡ଼ : ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଟିଟିଲାଗଡ଼ କଂଗ୍ରେସ ପକ୍ଷରୁ ଆଜି ହରତାଳ ପାଳନ କରାଯାଇଛି । ବ୍ଳକ କଂଗ୍ରେସ ସଭାପତି ବିକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ବାଇକ ଶୋଭାଯାତ୍ରାରେ ଦଳୀୟ କର୍ମୀ ସହର ପରିକ୍ରମା କରିଥିଲେ। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ଏହି ଅବସରରେ ଯୋଗଦେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସରକାରରୁ ବରଖାସ୍ତ ଏବଂ ଗିରଫ କରିବାକୁ ଦାବି କରିଛନ୍ତି। ପରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ କୁଶ ପୁତ୍ତଳିକା ଦାହ କରିଥିଲେ। ଦଳ ପକ୍ଷରୁ ବରିଷ୍ଠ ନେତା ଝସକେତନ ଛତର, ତୁଳସୀ ସାହୁ, କୃଷ୍ଣ ସରାଫ, କିଷାନ ନାଗ, ଉମେଶ ପଣ୍ଡା, ଦେବସିଂ ମାଝୀ, ଦେବାନନ୍ଦ ସାହୁ, ଜ୍ଞାନ ରଞ୍ଜନ ସରାଫ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Popular Categories



