www.samajalive.in
Thursday, December 11, 2025
26.1 C
Bhubaneswar

ଆସର ମଲିକଙ୍କୁ ବିବାହ କଲେ ମଲାଲା ୟୁସଫଜାଇ

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସଫଜାଇ କେନ୍ଦ୍ରୀୟ ଇଂଲଣ୍ଡର ବର୍ମିଂହାମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମଙ୍ଗଳବାର ଦିନ ସେ ଆସର ମଲିକଙ୍କୁ ନିଜର ଜୀବନ ସାଥୀ କହିଛନ୍ତି । ସୂଚନାଯୋଗ୍ୟ ଯେ ନାରୀ ଶିକ୍ଷାର ପ୍ରସାର ସପକ୍ଷରେ ପ୍ରଚାର କରୁଥିବା ମଲାଲା ପାକିସ୍ତାନି ତାଲିବାନ ଆତଙ୍କିଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ । ଆସରଙ୍କୁ ବିବାହ କରିବା ପରେ ମଲାଲା କହିଛନ୍ତି, ଏହା ତାଙ୍କ ଜୀବନର ଏକ ମୂଲ୍ୟବାନ ଦିବସ ହୋଇଛି । ଟ୍ୱିଟ୍‍ କରି ମଲାଲା କହିଛନ୍ତି, ବର୍ମିଂହାମରେ ତାଙ୍କ ଘରେ ଆୟୋଜିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ତାଙ୍କର ନିକ୍କାହ (ବିବାହ) ସଂପନ୍ନ ହୋଇଥିଲା । ବିବାହ ସମୟରେ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ଏଥିସହିତ ସେ ଆସରଙ୍କ ସହିତ ନିଜର ଫଟୋକୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ଛାଡି ସମସ୍ତଙ୍କ ଠାରୁ ଆଶୀର୍ବାଦ କାମନା କରିଛନ୍ତି । ମଲାଲାଙ୍କ ବିବାହ ଖବର ପ୍ରସାରିତ ହେବାପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡିୟୁ ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ସୁଖଦ ଦାମ୍ପତ୍ୟ ଜୀବନ କାମନା କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିଥ ମଧ୍ୟ ମଲାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‍ କ୍ଲିଣ୍ଟନ ଓ ହିଲାରୀ କ୍ଲିଣ୍ଟନଙ୍କ ଝିଅ ଚେଲସି କ୍ଲିଣ୍ଟନ ମଲାଲା ଓ ଆସରଙ୍କୁ ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories