www.samajalive.in
Monday, December 8, 2025
27.1 C
Bhubaneswar

ମମିତା ମେହେର ହତ୍ୟା ଘଟଣା; ଭିଡ଼ିଓ ଦେଖାଇ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବିଜେଡି- କଂଗ୍ରେସ

ଭୁବନେଶ୍ୱର: କଳାହାଣ୍ଡି ଗସ୍ତ ପୂର୍ବରୁ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ରାଜ୍ୟର ଦୁଇଟି ବହୁ ଚର୍ଚ୍ଚିତ ଘଟଣା ଉପରେ ଦୁଇଟି ଭିଡ଼ିଓ ଗଣମାଧ୍ୟମ ସାମ୍ନାରେ ଦେଖାଇ ବିଜୁ ଜନତା ଦଳ ନାରୀ ବିରୋଧୀ ନୁହେଁ ବୋଲି କହିବାକୁ ଚେଷ୍ଟା କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ମମିତା ମେହେର ହତ୍ୟା ଘଟଣାକୁ ବାଟବଣା କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବିଜେଡିକୁ ସାଧାରଣ ଜନତା ବିଶ୍ୱାସ କରିବା ସ୍ଥିତିରେ ନାହାନ୍ତି ବୋଲି କଂଗ୍ରେସ କହିଛି। ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଦେଖେଇଥିବା ତାଙ୍କର ଦୁଇଟି ଭିଡ଼ିଓ ତଥ୍ୟକୁ ଆଧାର କରି ବିଜେଡିକୁ ଓଲଟା ପ୍ରଶ୍ନ ଘେରକୁ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର। ଟିକିରି ଘଟଣା ଉପରେ ଆଧାରିତ ହୋଇଥିବା ପ୍ରଥମ ଭିଡ଼ିଓରେ ଷଡ଼ଯନ୍ତ୍ରକାରୀ ନେତ୍ରାନନ୍ଦ ଦଣ୍ଡସେନା ଦଣ୍ଡ ପାଇବା ଘଟଣାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଉକ୍ତ ଘଟଣାରେ ମୃତ୍ୟୁକାଳୀନ ଯବାନ ବନ୍ଦୀରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୀଳ ଜିନ୍ସ ପେଣ୍ଟ ପିନ୍ଧା ଯୁବକକୁ ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଧରିବାରେ ସଫଳ ହୋଇଛି କି ? ଏବଂ ଦ୍ୱିତୀୟ ଭିଡ଼ିଓଟିରେ କୁନ୍ଦୁଲି ଘଟଣାରେ ତଦନ୍ତକୁ ନେଇ ବାହାସ୍ପୋଟ ମାରୁଥିବା ବିଜେଡି କେତେ ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ ପିପିଲି ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ତଥ୍ୟ ପ୍ରମାଣ ଯୋଗାଇବାରେ ବିଫଳ ହେବାରୁ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହୋଇଥିବା ସେ କହିଛନ୍ତି। ଅପରପକ୍ଷେ ବ୍ରହ୍ମଗିରି ରେବେଣା ନୂଆଗାଁ ଆୟୁଷ ଡାକ୍ତରାଣୀ ମାଧବିଲତା ମୃତ୍ୟୁ ଘଟଣାରେ ଜିଆରପି ପୁଲିସ ଶବ ବ୍ୟବଚ୍ଛେଦ ପରେ ଯେଉଁ ସ୍ଥାନରେ ମୃତଦେହ ପୋତିଥିଲା ଯେତେବେଳେ ଦୁଇଦିନ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଘଟଣାରେ ହସ୍ତକ୍ଷେପ କରି ପରିବାର ପକ୍ଷଙ୍କୁ ଶବ ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଦେଲେ ଅଚାନକ ପୋତାଯାଇଥିବା ସ୍ଥଳରୁ ଶବ ଗାଏବ ହୋଇଯାଇଥିଲା ଯାହା ଏବେ ମଧ୍ୟ ରହସ୍ୟ ଘେରରେ ଅଛି ବୋଲି ଶ୍ରୀ ମିଶ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ନିଶାଣ କରିଛନ୍ତି। ସେ କହିଛନ୍ତି ଟିକିରି ଘଟଣାରେ ମୁଖ୍ୟ ଅପରାଧୀଙ୍କୁ ଛାଡି ଷଡ଼ଯନ୍ତ୍ରକାରୀକୁ ଧରି ବାହାସ୍ପୋଟ ମାରୁଥିବା ବେଳେ ମମିତା ମେହେର ହତ୍ୟା ଘଟଣାରେରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଣ ପାଇଁ ସୁରକ୍ଷା ଦେଉଛନ୍ତି ସରକାର। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ପୂର୍ବ ଘଟଣାମାନଙ୍କ ଭଳି ମମିତା ମେହେର ଘଟଣାରେ ଅଭିଯୁକ୍ତମାନେ ଖସିଯିବାର ସମ୍ଭାବନା ଅଧିକ। ଏଣୁ ତଦନ୍ତର ସ୍ଵଛତା ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଇସ୍ତାଫା ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories