www.samajalive.in
Monday, December 8, 2025
27.1 C
Bhubaneswar

ବୈତରଣୀ ନଦୀରେ କୁମ୍ଭୀର ଆତଙ୍କ

ଆରଡି: ବୈତରଣୀ ନଦୀରେ ଦେଖାଦେଇଛି କୁମ୍ଭୀର ଆତଙ୍କ। ଆରଡ଼ି ନିକଟସ୍ଥ ମୁଆଁଘାଟରେ କୁମ୍ଭୀର ଆକ୍ରମଣରୁ ଅଳ୍ପରେ ବର୍ତ୍ତି ଯାଇଛନ୍ତି କିଛି ମତ୍ସ୍ୟଜୀବୀ। ଗତକାଲି ଅର୍ଥାତ ଗୁରୁବାର ଅମାବାସ୍ୟା ତିଥି ଥିବାରୁ ସମୁଦ୍ର ଜୁଆରରେ ଫୁଲି ଉଠିଥିଲା ଚାନ୍ଦବାଲି ଓ ଆରଡି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ। ଏପରିକି ଦୈନନ୍ଦିନ ପରି ଆରଡି ନିକଟସ୍ଥ ମୁଆଁ ଗାଁର କିଛି ମତ୍ସ୍ୟଜୀବୀ ରାତି ପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ଯାଇଥିଲେ ମାଛ ମାରିବା ପାଇଁ। ହେଲେ ନଦୀରେ ମତ୍ସ୍ୟଜୀବୀମାନେ ଜାଲ ମାରୁଥିବା ବେଳେ ହଠାତ ଦେଖିବାକୁ ପାଇଥିଲେ ୧୫/୧୬ ଫୁଟ ଲମ୍ବର କୁମ୍ଭୀର। କୁମ୍ଭୀର ଏପରି ହିଂସ୍ର ଥିଲା ମତ୍ସ୍ୟଜୀବୀଙ୍କ ପାଟି ଶୁଣି ବାରମ୍ବାର ଝାମ୍ପ ମାରିଥିଲା। କୁମ୍ଭୀରକୁ ଘଉଡାଇବା ପାଇଁ ମତ୍ସ୍ୟଜୀବୀମାନେ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀର ସେ ସ୍ଥାନ ଛାଡି ଯାଇନଥିଲା। ଫଳରେ ମତ୍ସ୍ୟଜୀବୀମାନେ ଜୀବନ ବଞ୍ଚାଇବାକୁ ଯାଇ ନଦୀରେ ଜାଲ ଛାଡି ଡଙ୍ଗା ନେଇ କୂଳକୁ ପଳାଇ ଆସିଥିବା କହିଛନ୍ତି ସାନ୍ତୁନ ଦାସ, ସରବା ମଲିକ, ସଚିଆ ମଲିକ।

ଗତକିଛିଦିନ ହେଲା ଚାନ୍ଦବାଲି, ଆରଡି, ଦୋହରାପାଟଣାଠାରୁ ଆରମ୍ଭ କରି ଧାମନଗର ଗାନ୍ଧିଘାଟ ପର୍ଯ୍ୟନ୍ତ ଦୀର୍ଘ ୨୦/୨୫କିମି ନଦୀରେ କୁମ୍ଭୀର ସନ୍ତରଣ କରିବା ସହ ହିଂସ୍ର ହୋଇ ଖାଦ୍ୟ ଅନ୍ବେଷଣରେ କେତେବେଳେ ଗୃହପାଳିତ ପଶୁ ତ ଆଉ କେତେବେଳେ ମଣିଷଙ୍କୁ ଝାମ୍ପି ନେଉଛି । ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ କେବଳ ସଚେତନତା ଫଳକ ମାରି ଚୁପ ବସିଛି। ଯଦି ନଦୀରୁ କୁମ୍ଭୀରଙ୍କୁ ଘଉଡାଇ ଦିଆଯାଆନ୍ତା ତାହାଲେ ହିଂସ୍ର କୁମ୍ଭୀର କାହାରି କିଛି କ୍ଷତି କରନ୍ତେ ନାହିଁ। ଏ ଅଞ୍ଚଳର ଅଧିକାଂଶ ଲୋକ ନଦୀରେ ମାଛ ମାରି ନିଜର ପରିବାର ପୋଷଣ କରିଥାନ୍ତି। ଯଦି କୁମ୍ଭୀର ଭୟରେ କେହି ନଦୀକୁ ନଯିବେ ତାହେଲେ ତାଙ୍କ ପରିବାର ଉପାସ ରହିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକ। ଅନ୍ୟପଟେ ଏହି ମୁଆଁଘାଟରେ ପ୍ରତିଦିନ ଉଭୟ ଭଦ୍ରକ ଓ କେନ୍ଦ୍ରାପଡା ଜିଲାର ଲୋକ ମଟରବୋଟ ଓ ଦେଶୀଡଙ୍ଗା ଦ୍ବାରା ନଦୀ ପାରି ହୋଇ ଯାତାୟତ କରିବା ସହ ବାବା ଆଖଣ୍ଡଳମଣିଙ୍କ ପୀଠକୁ ବହୁ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ଯେପରି କୁମ୍ଭୀର ପାଟିରେ କାହାରି ପ୍ରାଣ ନଯିବ ସେଥିପାଇଁ ସ୍ଥାୟୀ ପ୍ରତିକାର କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories