www.samajalive.in
Monday, December 8, 2025
27.1 C
Bhubaneswar

ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ

ଯାଜପୁର : ଦୁର୍ନୀତି ଏକ ଦୁସ୍ଥ ମାନସିକତା। ଏହା ବ୍ୟକ୍ତି, ପରିବାର ଓ ସମାଜକୁ ରୁଗ୍‌ଣ କରିଦିଏ । ତେଣୁ ଏହାର ବିଲୋପ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଯାଜପୁର ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲାପାଳ ଶ୍ରୀ ମଲ୍ଲିକ ଅଧ୍ୟକ୍ଷତା କରିବା ସହ ଦୁର୍ନୀତି ରୂପକ ବ୍ୟାଧିକୁ ସମାଜରୁ ଦୂର କରିବାକୁ ପ୍ରତ୍ୟେକ ସମବଦ୍ଧ ଭାବେ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିରି୍କ୍ତ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଜିଲାପାଳ ତିଳୋମା ପୃଷ୍ଟି ସମସ୍ତଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଥିଲେ। ଏହି କାର୍ୟ୍ୟକ୍ରମରେ ଉପଜିଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଅସ୍ମିତା ଦାଶ, ଭୂତତ୍ୱବିତ୍ ସନ୍ତୋଷୀ ପ୍ରଭା ସେଠୀ, ସହକାରୀ ଜିଲାପାଳ ଊମେଶ ଚନ୍ଦ୍ର ଲେଙ୍କା, ତରଣୀସେନ ପଟ୍ଟନାୟକ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଊପଖଣ୍ଡ ଜିଲା ସ୍ଥଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ବରିଷ୍ଠ ସହାୟକ ସୁବ୍ରତ କୁମାର କାନୁନ୍ଗୋ, ବିଭାଗୀୟ ଅଧିକାରୀ ମଦନ ମୋହନ ପତି, ରମେଶ ଚନ୍ଦ୍ର ବୋଇତାଇ, ଚନ୍ଦ୍ରଶେଖର ପାଢୀ, କ୍ଷୀରୋଦ କୁମାର ପଣ୍ଡା, ବିନୋଦ କୁମାର ସିଂସିଙ୍କୁ, ସତ୍ୟଜିତ୍ ନାୟକ, ଓ ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇ ଶପଥ ପାଠ କରିଥିଲେ । ସେହିପରି ଜିଲାର ବିଭିନ୍ନ ସରକାରୀ ବିଭାଗ, କାର୍ୟ୍ୟାଳୟ ଓ ଲାଇନ ଡିପାର୍ଟମେଣ୍ଟ ମାନଙ୍କରେ ମଧ୍ୟ ଦୁର୍ନୀତି ନିବାରଣ ଶପଥ ପାଠ କରାଯାଇଥିଲା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories