www.samajalive.in
Monday, December 8, 2025
27.1 C
Bhubaneswar

ତାଲିବାନ ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଅଧିକାରୀ

ମସ୍କୋ: ମସ୍କୋରେ ତାଲିବାନ ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଭାରତୀୟ ଅଧିକାରୀ । ତାଲିବାନ ସରକାରକୁ ମାନ୍ୟତା ଦେବାକୁ ବିଶ୍ୱ ସମୁଦାୟକୁ ତାଲିବାନ ଗୋଷ୍ଠୀ ବାରମ୍ବାର ନିବେଦନ କରୁଥିବାବେଳେ ଭାରତ ଆଫଗାନ ଜନସାଧାରଙ୍କୁ ମାନବୀୟ ସହାୟତା ଯୋଗାଇଦେବାକୁ ପ୍ରସ୍ତାବ ଦେଇଛି । ମସ୍କୋଠାରେ ଅନୁଷ୍ଠିତ ସାକ୍ଷାତ ଆଲୋଚନା ଅବସରରେ ଭାରତ ପକ୍ଷରୁ ଆଫଗାନିସ୍ତାନ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେ ପି ସିଂ ଏହି ପ୍ରସ୍ତାବ ଦେଇଛନ୍ତି । ଶ୍ରୀ ସିଂଙ୍କ ନେତୃତ୍ୱରେ ଭାରତର ବରିଷ୍ଠ କୂଟନୀତିଜ୍ଞଙ୍କର ଏକ ପ୍ରତିନିଧି ଦଳ ତାଲିବାନ ଉପ ପ୍ରଧାନମନ୍ତ୍ରୀ ଅବଦୁଲ ସଲାମ ହାନାଫିଙ୍କ ସହିତ ଆଲୋଚନା କରିଥିଲେ । ତାଲିବାନ ନେତୃବୃନ୍ଦଙ୍କ ସହିତ ପରେ ଅନୁଷ୍ଠିତ ଏକ ପୃଥକ ବୈଠକରେ ମଧ୍ୟ ଭାରତ ପକ୍ଷରୁ ଏହି ପ୍ରସ୍ତାବକୁ ଦୋହରାଯାଇଥିଲା ।
ଉଭୟ ପକ୍ଷ ପରସ୍ପର ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ବିଚାର କରିବା ଏବଂ କୂଟନୈତିକ ଓ ଅର୍ଥନୈତିକ ସମ୍ପର୍କ ବୃଦ୍ଧି କରିବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ମସ୍କୋ ଠାରେ ଅନୁଷ୍ଠିତ ରୁଦ୍ଧଦ୍ୱାର ବୈଠକରେ ଭାରତ, ଚୀନ ଓ ତୁର୍କମେନିସ୍ତାନର ପ୍ରତିନିଧିମାନେ ଉପସ୍ଥିତ ଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୫ରେ ତାଲିବାନ କ୍ଷମତା ଦଖଲ କରିବା ପରେ ଭାରତର ଦୂତ କାତାରରେ ତାଲିବାନର ଉପ ରାଜନୈତିକ ମୁଖ୍ୟ ଶେର ମହମ୍ମଦ ଆବାସ ସ୍ତାନିକଜାଇଙ୍କୁ ସାକ୍ଷାତ କରିଥିଲେ । ତେବେ ଉକ୍ତ ବୈଠକ ସମ୍ପର୍କରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଉଭୟ ପକ୍ଷରୁ କିଛି କୁହାଯାଇନାହିଁ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories