www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତରାଖଣ୍ଡରେ ଲଗାତାର ୩ ଦିନ ଧରି ବର୍ଷା ବିତ୍ପାତ ; ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ଡେରାଡୁନ : ଉତ୍ତରାଖଣ୍ଡରେ ଲଗାତାର ୩ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତରେ ଏଯାଏଁ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ରିପୋର୍ଟରୁ ସୂଚନା ମିଳିଛି।
ଅକ୍ଟୋବର ୧୭ ରୁ ଅକ୍ଟୋବର ୧୯ ତିନି ଦିନ ମଧ୍ୟରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଅକ୍ଟୋବର ୧୭ ରେ ଚମ୍ପାୱାଟରେ ଜଣେ, ଅକ୍ଟୋବର ୧୮ ରେ ପୌରୀରେ ଚମ୍ପୱାଟ ଏବଂ ପିଥୋରାଗଡରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଅକ୍ଟୋବର ୧୯ରେ ନୈନିତାଲ , ଆଲମୋରା, ଚମ୍ପୱାଟ, ଉଦାମ ସିଂ ନାଗର, ଚାମୋଲି ଏବଂ ବାଗେଶ୍ୱରରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅକ୍ଟୋବର ୧୯ ନୈନିତାଲରେ ସର୍ବାଧିକ ମୃତ୍ୟୁ ହୋଇଥିବା ଜଣାଯାଇଛି।
ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଉତ୍ତରାଖଣ୍ଡରେ ସ୍ଥିତି ଆକାଶ ମାର୍ଗରୁ ସମୀକ୍ଷା କରିବେ।
ପ୍ରବଳ ବର୍ଷା ହେତୁ ଗତକାଲି ଅବରୋଧ ହୋଇଥିବା ନୈନିତାଲ -କାଲାଡୁଙ୍ଗି ରାସ୍ତାପୁନଃ ଖୋଲାଯାଇଛି। ବର୍ତ୍ତମାନ ଟ୍ରାଫିକ ସ୍ୱଭାବିକ ମଧ୍ୟ ହେଉଛି ବୋଲି ଡିଜିପି ଅଶୋକ କୁମାର କହିଛନ୍ତି।
ଏହି ଅଞ୍ଚଳରେ ଲଗାତାର ବର୍ଷା ହେତୁ ବନ୍ଦ ହୋଇଯାଇଥିବା ‘ଚାର୍ ଧାମ ଯାତ୍ରା’ ବୁଧବାର ଠାରୁ ଆରମ୍ଭ ହେବ ବୋଲି ରାଜ୍ୟ ପୁଲିସ ସୂଚନା ଦେଇଛନ୍ତି। ମଙ୍ଗଳବାର ନୈନିତାଲରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମୀକ୍ଷା ବୈଠକରେ ଯୋଗଦେବା ପରେ ପୁଲିସର ମହାନିର୍ଦ୍ଦେଶକ ଅଶୋକ କୁମାରଙ୍କୁ କହିଛନ୍ତି, “ଗରହୱାଲରେ ବର୍ଷା ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଯାତାୟାତ ସ୍ୱଭାବିକ ସହ  ସେଠାରେ ‘ଚାର୍ ଧାମ ଯାତ୍ରା’ ମଧ୍ୟ ଆରମ୍ଭ ହୋଇଛି। ବଦ୍ରିନାଥ ଅର୍ଥାତ୍ ଜୋସିମାଥରୁ ବଦ୍ରିନାଥ ଖୋଲାଯାଇଛି ଏବଂ ଆସନ୍ତାକାଲି ‘ଚାର୍ ଧାମ ଯାତ୍ରା’ ସମ୍ପୂର୍ଣ୍ଣ ରୂପେ ପୁନଃ ଖୋଲା ଯିବ।
ଯମୁନୋଟ୍ରି-ଗଙ୍ଗୋତ୍ରୀ, କେଦାରନାଥ ଧାମ ଯାତ୍ରା ପୁଣି ଆରମ୍ଭ ହୋଇଛି । ତେବେ ଜୋଶିମାଥ ନିକଟରେ ବଦ୍ରିନାଥ ରାଜପଥ ବନ୍ଦ ଥିବାରୁ ବଦ୍ରିନାଥ ଯାତ୍ରା ବର୍ତ୍ତମାନ ଆରମ୍ଭ ହୋଇପାରି ନାହିଁ। ବଦ୍ରିନାଥ ଯାତ୍ରା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଉତ୍ତରପ୍ରଦେଶ ପୁଲିସ ଟ୍ୱିଟ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories