www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟରେ ଦିନକରେ ୪୪୮ କରୋନା ଆକ୍ରାନ୍ତ ଚିହ୍ନଟ, ୬ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୫୯ ଓ ସ୍ଥାନୀୟ ସଂକ୍ରମିତ ୧୮୯ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୫୯ ଜଣ ରହିଥିବା ଜଣାଯାଇଛି । ରାଜ୍ୟର ଅନୁଗୁଳ ଜିଲାରେ ୨, ବାଲେଶ୍ୱର ୧୩, ବରଗଡ ୧, ଭଦ୍ରକ ୩, ବଲାଙ୍ଗିର ୩, ବଉଦ ୧ ଓ କଟକରେ ୪୮ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଦେବଗଡରେ ୧, ଢେଙ୍କାନାଳ ୪, ଗଜପତି ୧, ଗଞ୍ଜାମ ୧, ଜଗତସିଂହପୁର ୧୯, ଯାଜପୁର ୧୨ ଓ ଝାରସୁଗୁଡାରେ ୪ ଜଣ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ୧୩, କେନ୍ଦୁଝର ୩, ଖୋର୍ଦ୍ଧା ୨୦୮, କୋରାପୁଟ ୨, ମାଲକାନଗିରି ୨, ମୟୁରଭଞ୍ଜ ୧୭ ଓ ନବରଙ୍ଗପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୪, ନୂଆପଡା ୨, ପୁରୀ ୧୨, ରାୟଗଡା ୧, ସମ୍ବଲପୁର ୯, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ରାଜ୍ୟରେ ୪୩୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୫୦୮୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ଖୋର୍ଦ୍ଧା ଜିଲାରେ ୨ ଜଣ, କଟକରେ ୨ ଜଣ କରୋନା ସଂକ୍ରମିତଙ୍କର ଜୀବନ ଯାଇଥିବାବେଳେ କେନ୍ଦ୍ରାପଡା ଜିଲାରେ ମଧ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories