www.samajalive.in
Monday, December 8, 2025
27.1 C
Bhubaneswar

ପୋଷଣ ନିରାପତ୍ତା ପାଇଁ ପୋଷକ ଶସ୍ୟ ଏବଂ ପୋଷଣ ବାଟିକା କୃଷିଜୀବୀ ଗ୍ରହଣ କରିବା ଆବଶ୍ୟକତା ରହିଛି:କୁଳପତି

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଠାରେ ଆନ୍ତର୍ଜାତିକ ପୋଷକଶସ୍ୟ (ମିଲେଟ୍) ବର୍ଷ -୨୦୨୩ ଉପଲକ୍ଷେ ପୋଷଣବାଟିକା ଏବଂ ବୃକ୍ଷରୋପଣ ଅଭିଯାନ ଓୟୁଏଟିଠାରେ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ସଭାପତିତ୍ୱ କରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ.ପୱନ କୁମାର ଅଗ୍ରୱାଲ୍ କୃଷି ଏବଂ କୃଷି ଅର୍ଥନୀତିର ଉନ୍ନତିରେ ପୋଷକ ଶସ୍ୟର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସେ ରାଜ୍ୟ ତଥା ଦେଶରେ ପୋଷକ ଶସ୍ୟର ଚାଷ ଏବଂ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ କରିବାରେ ଅଧିକ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଦେଶର ପୋଷଣ ନିରାପତ୍ତା ପାଇଁ ପୋଷକ ଶସ୍ୟ ଏବଂ ପୋଷଣ ବାଟିକା ସମସ୍ତ କୃଷିଜୀବୀ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେହିପରି କୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏମ୍ଏସ୍ ସ୍ୱାମୀନାଥନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ୧୫୦ରୁ ଉଦ୍ଧ୍ୱର୍ କୃଷକ, କୃଷିଜୀବୀ ମହିଳା, ଛାତ୍ରଛାତ୍ରୀ ତଥା ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ବୈଜ୍ଞାନିକ ଏବଂ ଅଧ୍ୟକ୍ଷମାନେ ଯୋଗଦାନ କରିଥିଲେ। ହାଇବ୍ରିଡ଼୍ ପଦ୍ଧତିରେ ପାଳିତ ଏହି ଉତ୍ସବରେ ଚାଷୀମାନେ, କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କର ଏହି ସମ୍ବନ୍ଧରେ ଦେଇଥିବା ଅଭିଭାଷଣର ସିଧା ପ୍ରସାରଣ ଦେଖିଥିଲେ। ଶ୍ରୀ ତୋମର ପୋଷଣ ଶସ୍ୟର ପ୍ରୋତ୍ସାହନ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ମତ ପୋଷଣ କରିଥିଲେ।

 

- Advertisement -

ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଡ.ଦୀପ୍ତିମୟୀ ଜେନା ଏବଂ ଡ.ପ୍ରମୋଦ କୁମାର ପଣ୍ଡା ପୋଷଣ ବାଟିକା ଓ ବୃକ୍ଷରୋପଣର ଉପକାରିତା ସମ୍ବନ୍ଧିତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଯୋଗଦେଇଥିବା କୃଷକ ଓ କୃଷିଜୀବୀ ମହିଳାମାନଙ୍କୁ ଫଳଚାରା ପ୍ରଦାନ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଗବେଷଣା ଅଧ୍ୟକ୍ଷ ଡ. ସିମାଞ୍ଚଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରକାରର କାର୍ଯ୍ୟକ୍ରମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରମାନେ ପାଳନ କରିଥିବା ବେଳେ ସର୍ବମୋଟ ୫୦୦୦ ରୁ ଅଧିକ କୃଷକ ଏବଂ କୃଷିଜୀବୀ ମହିଳା ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଅଂଶଗ୍ରହଣ କରିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories