www.samajalive.in
Monday, December 8, 2025
20.1 C
Bhubaneswar

ଲଘୁଚାପ ଜନିତ ଲଗାଣ ବର୍ଷାରେ  ତିନୋଟି  ଘର ସମ୍ପୂର୍ଣ୍ଣ ନଷ୍ଟ   

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ  ପାରୀକ୍ଷିତି ପଞ୍ଚାୟତ ସ୍ଥିତ କୋଣ୍ଡାଜାମ ଗ୍ରାମ ରେ  ଲଗାଣ ବର୍ଷାରେ ଦୁଇଟି ପରିବାର ବାସହରା ହୋଇ ପଡିଛନ୍ତି।ସୂଚନା ଥାଉ କି ଗତ କିଛି ଦିନ ଧରି ଅନବରତ ବର୍ଷା ଲାଗି ରହିଥିବା ବେଳେ ସୋମବାର ଦିନ ଲଘୁଚାପଜନିତ ବର୍ଷା ରେ ଗ୍ରାମ ରେ ବାସ କରୁଥିବା ବଳରାମ ବିଡ଼ିକା  ପିତା ସୁକୃ ବିଡ଼ିକା ଆଦିବାସୀ ସମ୍ପ୍ରଦାୟର ରାତି ଘରେ ସୋଇଥିବା ଅବସ୍ଥାରେ ଘରର ସମ୍ପୂର୍ଣ୍ଣ କାନ୍ତ ଭୁଶୁଡି ପଡ଼ିଥିବା ବେଳେ  ବଳରାମଙ୍କ ଘର ନିକଟରେ ବାସ କରୁଥିବା କାଳିବତୀ କରକରିଆଙ୍କ ଘରର କାନ୍ତ ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ସେହିପରି କୋଣ୍ଡାଜାମ ଗୁଡାର ସୁଦାମ କଲକା ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡିଛି।ଉକ୍ତ ଘଟଣା ସମ୍ପର୍କରେ ଖବର ପାଇ ଆଜି ରାମନାଗୁଡା ରାଜସ୍ୱ ନିରୀକ୍ଷକ ଶ୍ରୀମତୀ ଭବାନୀ ଶବର  କଣ୍ଡାଜାମ ଠାରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି  ଏବଂ ପାରୀକ୍ଷିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ଯୋଗାଣ ସହାୟକ ଶିବ ଶଙ୍କର ଧୋବା କ୍ଷତିଗ୍ରସ୍ତଙ୍କୁ ଭେଟି ଖାଦ୍ୟ ସାମଗ୍ରୀ  ପ୍ରଦାନ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories