www.samajalive.in
Monday, December 8, 2025
27.1 C
Bhubaneswar

ଅମରାବତୀରେ ଡଙ୍ଗା ଓଲଟି ବୁଡ଼ିଗଲେ ଗୋଟିଏ ପରିବାରର ୧୧ଜଣ: ଶିଶୁ ସମେତ ୩ ଜଣଙ୍କ ମୃତଦେହ ଉଦ୍ଧାର, ୮ ନିଖୋଜ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀଠାରେ ମଙ୍ଗଳବାର ସକାଳ ୧୦ଟା ସମୟରେ ଘଟିଛି ଏକ ଦୁଃଖଦ ଘଟଣା। ୱାର୍ଦ୍ଧା ନଦୀରେ ଡଙ୍ଗା ଓଲଟି ଗୋଟିଏ ପରିବାରର ୧୧ ଜଣ ବୁଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୮ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି।

ମିଳିଥିବା ସୂଚନା ମୁତାବକ, ଅନେକ ଲୋକଙ୍କୁ ନେଇ ଏକ ଡଙ୍ଗା ୱାର୍ଦ୍ଧା ନଦୀ ପାର ହେବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ଏଥିରେ ଯାତ୍ରା କରୁଥିବା ୧୧ ଜଣ ଲୋକ ପାଣିରେ ବୁଡ଼ି ଯାଇଥିଲେ। ତେବେ ଡଙ୍ଗାରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର ବୋଲି କୁହାଯାଉଛି। ଖବର ପାଇ ସ୍ଥାନୀୟ ପୁଲିସ ଓ ଏନଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁଥିରେ ଜଣେ ଶିଶୁ ମଧ୍ୟ ରହିଛି। ପୁଲିସର କହିବା ଅନୁଯାୟୀ, ୮ ଜଣ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଛି।

- Advertisement -

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories