www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀରେ ଭୁଷୁଡିଲା ୪ ମହଲା କୋଠା ; ଉଦ୍ଧାରକାର୍ଯ୍ୟ ଜାରି

ନୂଆଦିଲ୍ଲୀ : ବର୍ଷାର ତାଣ୍ଡବ ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀର ପରିବା ମାର୍କେଟରେ ଏକ ୪ ମହଲା କୋଠା ଭୁଷୁଡି ପଡିଛି। ଅନେକ ଲୋକେ ଏହା ତଳେ ଦବି ହୋଇ ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଯାନବାହନ ମଧ୍ୟ ଦବି ରହିଛି। ଖବର ପାଇ ଦମକଳ କର୍ମଚାରୀ,ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏବେ ସେଠାରୁ ଜଣେ ଶିଶୁ ଓ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ଆଜି ସକାଳୁ ଏହି ପରିବା ମାର୍କେଟରେ ଥିବା ଏକ ୪ ମହଲା କୋଠା ହଠାତ ଭୁଷୁଡି ପଡିଥିଲା। ଏହି ସମୟରେ ଉକ୍ତ ସ୍ଥାନରେ ଏକାଧିକ ଲୋକେ ଥିବାରୁ ଭୟ ସହ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ମଧ୍ୟ ଅନେକ ଲୋକେ ଦବି ହୋଇ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗି ରହିଥିବା ବେଳେ ସ୍ଥିତି ଉପରେ ନଜର ରଖାଯାଇଛି ବୋଳି ଟ୍ୱିଟ କରି କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories