www.samajalive.in
Monday, December 8, 2025
27.1 C
Bhubaneswar

ବଙ୍ଗୋମୁଣ୍ଡା ଜମିଦାର ପଡ଼ାରେ ଲୁଟ ଉଦ୍ୟମରେ ଦିନ ଦ୍ୱିପ୍ରହରରେ ହତ୍ୟାକାଣ୍ଡ

କଣ୍ଟାବାଞ୍ଜି : ଲୁଟ ପାଇଁ ବଙ୍ଗୋମୁଣ୍ଡାରେ ଦିନ ଦିପ୍ରହରରେ ହତ୍ୟାକାଣ୍ଡ ଘଟିଯାଇଛି ।ବଙ୍ଗୋମୁଣ୍ଡାରେ ବାରମ୍ବାର ଲୁଟ,ଚୋରି ଘଟଣା ଘଟୁଛି ।  ଏହି ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଛି । ଗତ କିଛି ମାସ ପୂର୍ବରୁ ଗୋହିରାପଦର ଗ୍ରାମ ର ଜଣେ ବ୍ୟକ୍ତିଙ୍କ ଘରକୁ ଦିନ ଦିପ୍ରହର ଲୁଟ ଉଦ୍ୟମ କରିଥିଲେ ।ପୂର୍ବ ରୁ ଚୋରି ଘଟଣା ମଧ୍ୟ ଘଟିଥିବା ବେଳେ  ଦିନବେଳା ବଙ୍ଗୋମୁଣ୍ଡା ରେ ଘରକୁ ପଶି ହତ୍ୟା ଘଟଣା ଘଟିବା ନେଇ ଆଇନ ପ୍ରତି ଜନସାଧାରଣଙ୍କ ଅସନ୍ତୋଷ ସୃଷ୍ଟି ହୋଇଛି।
ବଙ୍ଗୋମୁଣ୍ଡା ଜମିଦାର ପଡ଼ା ଠାରେ  ଦିନ ଦ୍ୱିପ୍ରହରରେ ହତ୍ୟା କାଣ୍ଡ ଘଟିଯାଇଛି ।
ବଙ୍ଗୋମୁଣ୍ଡା ର କପଡା ବ୍ୟବସାୟୀ ବିନୋଦ ଜୈନ ଙ୍କ ଘରକୁ ପଶି କେହି ତାଙ୍କ ସ୍ତ୍ରୀ ଙ୍କୁ ହତ୍ୟା କରିଥିବା ବେଳେ ତାଙ୍କ ଭଉଣୀ ଗୁରୁତର ଅବସ୍ଥାରେ ଜିଲା ଚିକିତ୍ସାଲୟ କୁ ସ୍ଥାନନ୍ତରିତ କରାଯାଇଥିବା ଜଣାପଡିଛି ।ଚାରିଛକ ନିକଟରେ ଥିବା ପୂଜା ଫେସନ ଦୋକାନ ରେ ବିନୋଦ ଜୈନ ଏବଂ ତାଙ୍କ ପୁଅ ଥିଲେ ।ନୂଆଖାଇ ଦିନ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁବୃତ୍ତ ଘରକୁ ପଶି ଆସି ବିନୋଦ ଜୈନ ଙ୍କ ସ୍ତ୍ରୀ ମଞ୍ଜୁ ଦେବୀ ଜୈନ(୫୧),କାନୁନ କୁମାରୀ ଜୈନ(୫୫)ଙ୍କୁ ଆକ୍ରମଣ କରିଥିଲେ ।ଘରେ କେହି ନ ଥିବା ବେଳେ ଦୁବୃତ୍ତ ଘରକୁ ପଶି ଆସି ଆକ୍ରମଣ କରିଥିଲେ ।କୌଣସି ଥିରେ ମୁଣ୍ଡରେ ଗଭୀର ମାଡ଼ ଦେବାରୁ ଘଟଣା ସ୍ଥଳରେ ମଞ୍ଜୁ ଦେବୀ (୫୧) ଙ୍କ ମୃତ୍ୟୁ ହୋଇଥିବା ବେଳେ ବିନୋଦ ଜୈନ ଙ୍କ ବଡ଼ ଭଉଣୀ କାନୁନ କୁମାରୀ ଜୈନ ଙ୍କୁ ଗୁରୁତର ଅବସ୍ଥାରେ ଜିଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି ।ଦୋକନ ବନ୍ଦ କରି ଘରକୁ ଫେରିବା ପରେ ଘର ଭିତରେ ସ୍ତ୍ରୀ ଏବଂ ବଡ଼ ଭଉଣୀ ପଡିରହିଥିବା ଦେଖିବାକୁ ପାଇଥିଲେ । ଲୁଟ ଉଦ୍ୟମ ରେ ହତ୍ୟା ଘଟଣା ଘଟିଥିବା ସନ୍ଦେହ କରାଯାଇଛି ।ଘଟଣା ଘଟିବାର ବହୁ ବିଳମ୍ବ ରେ ପୁଲିସ ପହଂଚିଥିବାରୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।ବଙ୍ଗୋମୁଣ୍ଡା ଥାନା ରେ କେହି ଅଧିକାରୀ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।ବଙ୍ଗୋମୁଣ୍ଡା ଥାନା ଅଧିକାରୀ ଏବଂ କଣ୍ଟାବାଞ୍ଜି ଏସ୍ଡିପିଓ ଛୁଟି ରେ ଥିବାରୁ ଖବର ପାଇ କଣ୍ଟାବାଞ୍ଜି ଥାନାଧିକାରୀ ସତ୍ୟଜିତ କାଣ୍ଡେଲକର ପହଞ୍ଚିଥିଲେ ।ପରେ ଟିଟିଲାଗଡ ଏସ୍ଡିପିଓ ସୁରେନ୍ଦ୍ର ନାଥ ଶତପଥୀ ପହଞ୍ଚୀଥିଲେ ।ପୁଲିସ ବିଳମ୍ବ ରେ ପହଞ୍ଚିବା ଏବଂ ବଙ୍ଗୋମୁଣ୍ଡା ଅଞ୍ଚଳରେ ବାରମ୍ବାର ଘଟୁଥିବା ରୁ ଏସ୍ଡିପିଓ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା ।ବଲାଙ୍ଗିର ସାଇଣ୍ଟିଫିକ ଦଳ ପହଂଚି ଅନୁସନ୍ଧାନ କରିଥିଲେ ।ପୁଲିସ ତଦନ୍ତ କରି ହତ୍ୟାକାରୀକୁ ଗିରଫ କରିବା ପାଇଁ ଦାବି ହେଉଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories