www.samajalive.in
Monday, December 8, 2025
27.1 C
Bhubaneswar

ଡୁରାଣ୍ଡ ଲାଇନରେ ପାକିସ୍ତାନର ତାରବାଡକୁ ତାଲିବାନର ବିରୋଧ

କାବୁଲ: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାନ୍ତରେ ଥିବା ଡୁରାଣ୍ଡ ଲାଇନ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ଓ ଉତ୍ତେଜନାର ମୂଳ କାରଣ ପାଲଟିବାକୁ ଯାଉଛି। ଡୁରାଣ୍ଡ ଲାଇନରେ ପାକିସ୍ତାନର ତାରବାଡ ନିର୍ମାଣକୁ ତାଲିବାନ ଆତଙ୍କି ଗୋଷ୍ଠୀ ଦୃଡ ବିରୋଧ କରିଛନ୍ତି। କିଛିଦିନ ତଳେ ତାଲିବାନର ଜଣେ ମୁଖପାତ୍ର ଡୁରାଣ୍ଡ ଲାଇନରେ ପାକିସ୍ତାନ ସରକାରଙ୍କ ଦ୍ୱାରା ତାରବାଡ ନିର୍ମାଣକୁ ଆଫଗାନିସ୍ତାନ ବିରୋଧ କରୁଛି ବୋଲି କହିଥିଲେ। ଏବେ ତାହାକୁ ନେଇ ପାକିସ୍ତାନ ସରକାରଙ୍କ ଚିନ୍ତା ବଢିଯାଇଛି। ଏହା ହିଁ ପାକିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ସୁସମ୍ପର୍କରେ ଫାଟ ସୃଷ୍ଟି କରିବ ଏବଂ ଏହା ଭୟଙ୍କର ରୂପ ନେବ ବୋଲି ଅନେକ ରାଜନୈତିକ ବିଶ୍ଳେଷକ ମତ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ପାସ୍ତୁନ ଟିଭିକୁ ସାକ୍ଷାତକାର ଦେଇ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ସୀମାନ୍ତରେ ତାରବାଡ ନିର୍ମାଣ ପ୍ରସଙ୍ଗରେ ତାଲିବାନ ତାହାର ଆଭିମୁଖ୍ୟ ଘୋଷଣା କରିବ। ସେଠାରେ ତାରବାଡ ନିର୍ମାଣ କରାଯିବା ଦ୍ୱାରା ତାହା ଜନସାଧାରଣଙ୍କୁ ପୃଥକ କରିଛି ଏବଂ ପରିବାରଗୁଡିକୁ ବିଭାଜିତ କରିଛି। ତାଲିବାନ ସୀମାନ୍ତରେ ଏକ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ଚାହୁଁଛି, ସେଥିପାଇଁ ସେଠାରେ ତାରବାଡ ଭଳି ପ୍ରତିବଦ୍ଧକ ଲଗାଇବାର ଆବଶ୍ୟକତା ନାହିଁ।
ମୁଜହିଦ ଏହା ମଧ୍ୟ ସ୍ପଷ୍ଟ କରିଦେଇଥିଲେ ଯେ ସୀମାନ୍ତରେ ତାରବାଡ ନିର୍ମାଣକୁ ନେଇ ପାକିସ୍ତାନ ମନରେ ଯେଉଁଭଳି ଆଗ୍ରହ ରହିଛି, ତାଲିବାନ ତାହା ସପକ୍ଷରେ ନାହିଁ। ଡୁରାଣ୍ଡ ଲାଇନ ହେଉଛି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଥିବା ୨୬୭୦ କିଲୋମିଟର ଦୀର୍ଘ ଆନ୍ତର୍ଜାତିକ ସୀମାନ୍ତ। ବ୍ରିଟିଶ ଶାସକ ସାର୍‍ ହେନରି ମୋର୍ତିମାର ୧୮୯୩ ନଭେମ୍ବର ୧୨ ତାରିଖରେ ଦୁଇ ଦେଶ ମଧ୍ୟରେ ଏହାକୁ ସୀମାରେଖା ଭାବରେ ନିର୍ଦ୍ଧାରଣ କରିଥିଲେ। ଆଫଗାନିସ୍ତାନର ତତ୍କାଳୀନ ଅମିର ଅବଦୁର ରହମନଙ୍କ ସହିତ ଏକ ଚୁକ୍ତି ବଳରେ ଏହି ସୀମା ନିର୍ଦ୍ଧାରଣ କରାଯାଇଥିଲା। ତେବେ ଏହି ଲାଇନ ପାସ୍ତୁନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମଧ୍ୟଦେଶ ନିର୍ଦ୍ଧାରଣ କରାଯାଇଛି। ଏହା ଗ୍ରାମ, ପରିବାର ଏବଂ ଜମିକୁ ବିଭାଜିତ କରୁଛି। ଏକ ଛୋଟ ମାନଚିତ୍ର ଉପରେ ରେଖା ଟାଣିଦେଇ ଏହି ସୀମା ନିର୍ଦ୍ଧାରଣ କରାଯାଇଥିଲା। ତେବେ କିଛି ଐତିହାସିକଙ୍କ କହିବା ଅନୁଯାୟୀ ଖାଇବର ଗିରିପଥକୁ ବ୍ରିଟିଶ ପଟରେ ରଖିବା ପାଇଁ ସୁଚିନ୍ତିତ ଭାବରେ ଏହି ସୀମା ନିର୍ଦ୍ଧାରଣ କରାଯାଇଥିଲା। ପାସ୍ତୁନମାନେ ଏହି ରେଖାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ଏବଂ ଏହାକୁ ନେଇ ସେମାନେ ସନ୍ତୁଷ୍ଟ ମଧ୍ୟ ନାହାନ୍ତି। ଏବେ ତାଲିବାନ ଏହାକୁ ଦୃଢ ବିରୋଧ କରିବା ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories