www.samajalive.in
Monday, December 8, 2025
27.1 C
Bhubaneswar

ତାଲିବାନର ଭବିଷ୍ୟତର କାର୍ଯ୍ୟକଳାପ ସେମାନେ ପରିବର୍ତ୍ତନ ହୋଇଛନ୍ତି କି ନାହିଁ କହିବ- ଆମେରିକା

ୱାଶିଂଟନ: ତାଲିବାନ ଆତଙ୍କି ଗୋଷ୍ଠୀକୁ ଆଫଗାନିସ୍ତାନର ଉପଯୁକ୍ତ ଶାସକ ଭାବରେ ସ୍ୱୀକୃତି ଦେବା ବିଷୟ ଏବେଠାରୁ ବିଚାର କରିବା ସମ୍ଭବ ନୁହେଁ। ଏହି ପ୍ରସଙ୍ଗରେ ତରବର ହେବାର କିଛି ନାହିଁ। ତାଲିବାନର ଭବିଷ୍ୟତ କାର୍ଯ୍ୟକଳାପ ସେମାନେ ପରିବର୍ତ୍ତନ ହୋଇଛନ୍ତି କି ନାହିଁ ତାହା କହିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ଏହି ଗୋଷ୍ଠୀ ବିଶ୍ୱ ସମୁଦାୟର ଆଶା ଆକାଂକ୍ଷା ମୁତାବକ ନିଜ ଆଚରଣରେ ପରିବର୍ତ୍ତନ ଆଣିପାରୁଛନ୍ତି କି ନାହିଁ ତାହା ଦେଖିବାକୁ ହେବ, ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି ହ୍ୱାଇଟ ହାଉସ ପ୍ରେସ ସଚିବ ଜେନ୍‍ ପାସ୍କି ଏହା କହିଛନ୍ତି। ଇତିମଧ୍ୟରେ ଆମେରିକାର ବୈଦେଶିକ ବିଭାଗର ରାଜନୈତିକ ବ୍ୟାପାର ବିଭାଗ ମନ୍ତ୍ରୀ ଭିକ୍ଟୋରିଆ ଜେ ନୁଲାଣ୍ଡ କହିଛନ୍ତି, ଆମେରିକା ନିଜର, ନିଜ ମିତ୍ର ରାଷ୍ଟ୍ରଗୁଡିକର ଏବଂ ସହଯୋଗୀଙ୍କର ସ୍ୱାର୍ଥକୁ ପ୍ରାଥମିକତା ଦେଉଛି। ଏଭଳି ପରିସ୍ଥିତିରେ ତାଲିବାନ ଆଗକୁ ବିଶ୍ୱବାସୀଙ୍କର ଆଶା ଆକାଂକ୍ଷା ମୁତାବକ କିଭଳି କାର୍ଯ୍ୟ କରୁଛି ତାହାକୁ ଲକ୍ଷ୍ୟ କରିବାକୁ ହେବ। ମାନବାଧିକାର ସୁରକ୍ଷା, ଆନ୍ତର୍ଜାତିକ ଆଇନକୁ ସମ୍ମାନ, ଅନ୍ୟ ଦେଶର ନାଗରିକ ଏବଂ ଆଫଗାନ ନାଗରିକ, ଯେଉଁମାନେ ଆଫଗାନିସ୍ତାନରୁ ଅନ୍ୟତ୍ର ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ସେଥିପାଇଁ ଅନୁମତି ଦେବା ଭଳି ସମସ୍ତ ବିଷୟ ଉପରେ କଡା ନଜର ରଖାଯାଇଛି। ଅନ୍ୟପକ୍ଷରେ ଆମେରିକା ପ୍ରତିରକ୍ଷା ବାହିନୀର ଜଏଣ୍ଟ ଚିଫ୍ସ ଅଫ ଷ୍ଟାଫ ଚେୟାରମ୍ୟାନ ଜେନେରାଲ ମାର୍କ ମିଲି କହିଛନ୍ତି, ତାଲିବାନର ଭବିଷ୍ୟତ କଣ ତାହା ସେମାନେ ଜାଣନ୍ତି ନାହିଁ। କିନ୍ତୁ ତାଙ୍କର ବ୍ୟକ୍ତିଗତ ଅନୁଭୂତି ଅନୁଯାୟୀ ତାଲିବାନ ଆତଙ୍କି ଗୋଷ୍ଠୀ ଅତୀତରୁ ଅତି ନିଷ୍ଠୁର ହୋଇ ରହିଆସିଛନ୍ତି ଏବଂ ଆଗକୁ ସେମାନେ ବଦଳିବେ କି ନାହିଁ ତାହା ଜଣାଯିବ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories