www.samajalive.in
Monday, December 8, 2025
17.1 C
Bhubaneswar

ଗଣେଶ ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମର ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ଚଳିତ ମାସ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଘ୍ନ ବିନାଶନଙ୍କ ପୂଜା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଭୁବନେଶ୍ୱର ମହାନଗର ନିଗମ ପରିସର ଅଞ୍ଚଳରେ ଗଣେଶ ପୂଜା ମଣ୍ଡପରେ ଜନସାଧାରଣ ସମବେତ ହେବାକୁ ଅନୁମତି ଦିଆଯିବନାହିଁ। ପୂଜା କମିଟି, ସଂସ୍ଥାଗୁଡିକ ମଣ୍ଡପ, ପେଣ୍ଡାଲରେ କୋଭିଡ-୧୯ ସର୍ତ୍ତାବଳୀକୁ ଅନୁପାଳନ କରି ପୂଜା ଉତ୍ସବ ଆୟୋଜନ କରିପାରିବେ। ସେଥିପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ପୂଜାସ୍ଥଳକୁ ଉପଯୁକ୍ତ ଭାବରେ ବିଶୋଧନ କରିବା ଆଦି ଅନ୍ତର୍ଭୁକ୍ତ। ସେଥିପାଇଁ ପୁଲିସ ଆୟୁକ୍ତଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ଅନୁମତି ଆଣିବାକୁ ହେବ। ପୂଜାସ୍ଥଳ, ମଣ୍ଡପଗୁଡିକୁ ତିନିପଟେ ଘେରାଯିବ ଏବଂ କେବଳ ପୂଜାକାର୍ଯ୍ୟ ପାଇଁ ଗୋଟିଏ ପାଶ୍ୱର୍ ଖୋଲା ରହିବ। ତେବେ ସେହି ପଟରେ ସାଧାରଣ ଲୋକଙ୍କୁ ଭଗବାନଙ୍କର ଦର୍ଶନ ବାରଣ କରାଯାଇଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ୍‍ ରହିବ। ପୂଜା ସମୟରେ ମାଇକ ବଜାଯିବ ନାହିଁ। ପୂଜା ମଣ୍ଡପ, ପେଣ୍ଡାଲରେ ଆୟୋଜକ, ପୂଜକ, କର୍ତ୍ତା, ସହାୟକ ବ୍ୟକ୍ତି ଆଦିଙ୍କୁ ମିଶାଇ ୭ ଜଣରୁ ଅଧିକ ଲୋକ ରହିବେ ନାହିଁ। ଯେଉଁମାନେ ଦୁଇଟି ପାନ ଟିକା ନେଇସାରିଛନ୍ତି, କେବଳ ସେମାନଙ୍କୁ ପଜା ମଣ୍ଡକୁ ଅନୁମତି ଦେବା ଆୟୋଜକମାନେ ସୁନିଶ୍ଚିତ କରିବେ। ଏଥିସହିତ ପୂଜା ପରେ ଭସାଣି ଶୋଭାଯାତ୍ରା ହେବନାହିଁ। ମୂର୍ତ୍ତିଗୁଡିକ ବିଏମସି ପକ୍ଷରୁ ଏହି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଉଥିବା କୃତ୍ରିମ ପୁଷ୍କରିଣୀରେ ବିସର୍ଜନ କରାଯିବ। ଶିକ୍ଷାନୁଷ୍ଠାନ, କୋଚିଂ ଇନଷ୍ଟିଚ୍ୟୁଟରେ ଉପରୋକ୍ତ ସର୍ତ୍ତାବଳୀ ଅନୁଯାୟୀ ପୂଜାକୁ ଅନୁମତି ଦିଆଯାଇଛି। ଏହି ସ୍ଥାନଗୁଡିକରେ ସର୍ବାଧିକ ୨୦ ଜଣ ଲୋକ କୋଭିଡ କଟକଣା ମାନି ଉପସ୍ଥିତ ରହିପାରିବେ। ପୂଜା ସମୟରେ ପ୍ରସାଦ ସେବନ, ଭୋଜି ଆଦି ହୋଇପାରିବ ନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories