www.samajalive.in
Monday, December 8, 2025
27.1 C
Bhubaneswar

ମଜୁରୀ କଲେ ଚୁଲି ଜଳେ, ଝିଅ ପାଠପଢା ପାଇଁ ଜିଲାପାଳଙ୍କୁ ନିବେଦନ କଲେ ମା’

ହରଭଙ୍ଗା: ମଜୁରୀ କଲେ ଚୁଲି ଜଳେ।ମୁଣ୍ଡ ଗୁଞିବାକୁ ରହିଛି ଜାହିଁ ତାହିଁ ଚାଳ ଘର ଖଣ୍ଡିଏ। ୫ମାସ ତଳେ ସ୍ୱାମୀ ଏକାକୀ କରି ଛାଡି ଚାଲିଗଲା। ଏହାପରେ ବିଧବା ସୁଭଦ୍ରାଙ୍କ ଦୁଃଖ କଥା କହିଲେ ନ ସରେ। ଘରେ ବଢିଲା ବଢିଲା ଗୋଟିଏ  ଝିଅ  ଏବଂ ଗୋଟିଏ ପୁଅର ବୋଝ। ସକାଳ ହେଲେ ଏମାନଙ୍କ ଚିନ୍ତା । ମା’ ସୁଭଦ୍ରାଙ୍କ ଆଖିରୁ ନିଦ ହଜାଇଦେଇଛି। ଏଭଳି ଅବସ୍ଥାରେ ଝିଅ ବିନ୍ଦିଆ ପାଠପଢିବା ପାଇଁ ଆଖିରେ ଆଖିଏ ସ୍ୱପ୍ନ ରହିଛି। ତେବେ ଝିଆର ପାଠପଢ଼ା ପାଇଁ ଅସହାୟ ସୁଭଦ୍ରା ଜିଲାପାଳଙ୍କୁ ନିବେଦନ କରିଛନ୍ତି।

ଏଭଳି ଅସହାୟ ଅବସ୍ଥାରେ ଦିନକାଟୁଛନ୍ତି ବୌଦ୍ଧ ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ପୁରୁଣାକଟକ ଥାନା ପଛପାଖରେ ରହୁଥିବା  ଶୁଭଦ୍ରାଙ୍କ ପରିବାର।ସ୍ୱାମୀ ମୃତ୍ୟୁ ପରେ ସୁଭଦ୍ରାଙ୍କୁ ଏଯାଏଁ ବିଧବା ଭତ୍ତା ମିଳିନି। ଜାତି ପ୍ରମାଣପତ୍ର ନଥିବାରୁ ନବମ ଶ୍ରେଣୀ ନାମ ଲେଖାଇବାରୁ ବଂଚିତ ହୋଇଛି ଝିଅ ବିନ୍ଦିଆ। ପୁଅ କିଷନ କମ ବୟସରୁ କିଛି ରୋଜଗାର କରି ପରିବାର ଚଳାଉଛି। ଏଭଳି ଅବସ୍ଥାରେ ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ରହିଥିବା ଅସହାୟ ସୁଭଦ୍ରାଙ୍କ ପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସେ ନିବେଦନ କରିଛନ୍ତି।ଏହା ସହିତ ଝିଅର ପାଠପଢା ସହାୟତା ପାଇଁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

- Advertisement -

ସୂଚନା ଥାଉ କି ଗତ ୩୧ ମାର୍ଚ୍ଚରେ ଶୁଭଦ୍ରାଙ୍କ ସ୍ୱାମୀ ଆନନ୍ଦଙ୍କ ମୃତ୍ୟୁ ଘଟିଥିଲା।ସାହିପଡିଶା କେହି କାନ୍ଧ ନଦେବାରୁ ଦୀର୍ଘ ୮ଘଂଟା ଧରି ତାଙ୍କ ଶବ ପଡିରହିଥିଲା।ଖବରପାଇ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ଏବଂ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ତାଙ୍କ ପରିବାର ପାଖରେ ପଂହଚିବା ସହିତ ନିଜେ ଶବସତ୍କର ଭଳି ଏକ ମହତ୍ କାର୍ଯ୍ୟ କରି ନିଜର ମଣିଷ ପଣିଆ ଦେଖାଇଥିଲେ। ମାତ୍ର ପରବର୍ତ୍ତି  ସମୟରେ ପରିବାରକୁ ସାହାଯ୍ୟ କରିବା ଦିଗରେ ବ୍ଲକ ପ୍ରଶାସନ ଟିକିଏ ବି ଦୃଷ୍ଟି ଦେଇନାହାନ୍ତି ବୋଲି ଅଭିଯୋଗ ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories