www.samajalive.in
Monday, December 8, 2025
17.1 C
Bhubaneswar

ସୋନୁ ସୁଦ ହେବେ ଦିଲ୍ଲୀ ସରକାରଙ୍କ ବ୍ରାଣ୍ଡ୍‍ ଆମ୍ବାସାଡର

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚି ବେଶ୍‍ ଚର୍ଚ୍ଚିତ ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦ୍‍ ଦିଲ୍ଲୀ ସରକାରଙ୍କ ବ୍ରାଣ୍ଡ୍‍ ଆମ୍ବାସାଡର ହେବାକୁ ସମ୍ମତି ଦେଇଛନ୍ତି। ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୋନୁ ଏହା ପ୍ରକାଶ କରିଛନ୍ତି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ‘ନେଶ୍‍ କା ମେଣ୍ଟର୍ସ’ କାର୍ଯ୍ୟକ୍ରମରେ ସୋନୁ ସ୍ଥାନ ପାଇବେ। ଏ ସମ୍ପର୍କରେ ପ୍ରକାଶ କରି ସୋନୁ ସୁଦ୍‍ କହିଛନ୍ତି, ଲକ୍ଷାଧିକ ଛାତ୍ରଛାତ୍ରୀଙ୍କର ମାର୍ଗଦର୍ଶକ ହେବାର ସୁଯୋଗ ତାଙ୍କୁ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ଠାରୁ ମହତ ସେବା ଆଉ କିଛି ନାହିଁ। ଦିଲ୍ଲୀ ସରକାରଙ୍କ ସହିତ ମିଶି ସେ ଏ କ୍ଷେତ୍ରରେ ନିଜର ଯଥାସାଧ୍ୟ ପ୍ରଚେଷ୍ଟା କରିବେ। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ୨୫ ପୃଷ୍ଠା ସମ୍ବଳିତ ଏକ କୌଶଳାତ୍ମକ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି ଏବଂ ସେଥିରେ ଦଳ ଅଭିନେତା ସୋନୁ ସୁଦ, ରିତେଶ ଦେଶମୁଖ ଅଥବା ମଡେଲ ମିଲିନ୍ଦ ସୋମନଙ୍କୁ ନିଜର ମେୟର ପ୍ରାର୍ଥୀ ଭାବରେ ଉପସ୍ଥାପନ କରିବାକୁ ସୁପାରିଶ କରାଯାଇଛି। ଚଳିତ ବର୍ଷ ଏପ୍ରିଲରେ ସୋନୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ସାକ୍ଷାତ କରିଥିଲେ ଏବଂ ରାଜ୍ୟ ସରକାର ତାଙ୍କୁ କୋଭିଡ ଟିକାକରଣ ଅଭିଯାନ ନିମନ୍ତେ ବ୍ରାଣ୍ଡ୍‍ ଆମ୍ବାସାଡର ଭାବେ ନିଯୁକ୍ତ କରିଥିଲେ। ଏସବୁ ସତ୍ତ୍ୱେ ତାଙ୍କର ସକ୍ରିୟ ରାଜନୀତି ଆସିବାର ଅଭିପ୍ରାୟ ନାହିଁ ବୋଲି ସୋନୁ ସ୍ପଷ୍ଟ କରିଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories