www.samajalive.in
Monday, December 8, 2025
27.1 C
Bhubaneswar

ଡାଲ ହ୍ରଦରେ ଏସବିଆଇ ଖୋଲିଲା ଭାସମାନ ଏଟିଏମ

ଶ୍ରୀନଗର: ଭାରତର ସର୍ବବୃହତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଶ୍ରୀନଗରସ୍ଥିତ ଡାଲ ହ୍ରଦରେ ଭାସମାନ ଏଟିଏମ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ପୂର୍ବରୁ ଏହା ୨୦୦୪ରେ କେରଳରେ ପ୍ରଥମ କରି ଏହିଭଳି ଭାସମାନ ଏଟିଏମ ବ୍ୟବସ୍ଥା ପ୍ରଚଳନ କରିଥିଲା। କେରଳ ଜାହାଜ ଚଳାଚଳ ଓ ଅନ୍ତର୍ଦ୍ଦେଶୀୟ ନୌଚାଳନା ନିଗମ ମାଲିକାନାରେ ଥିବା ଝଙ୍କାର ୟାକ୍ଟରେ ଏହି ଏଟିଏମ୍‍ ସ୍ଥାପନ କରାଯାଇଥିଲା। ଏବେ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଯାତାୟତ ମାଧ୍ୟମ ଡାଲ ହ୍ରଦରେ ଏକ ହାଉସବୋଟରେ ସେହିଭଳି ଏକ ଏଟିଏମ୍‍ ସ୍ଥାପନ କରାଯାଇଛି। ଏହି ଏଟିଏମ ଉକ୍ତ ଅଞ୍ଚଳର ଦୀର୍ଘ ଦିନରୁ ନଗଦ ଅର୍ଥ ଆବଶ୍ୟକତାକୁ ପୂରଣ କରିପାରିବ। ଏସବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ଉକ୍ତ ଏଟିଏମ ଉଦଘାଟନ କରିଛନ୍ତି। ଏସବିଆଇର ଏହି ଏଟଏମ୍‍ ସ୍ଥାପନକୁ ନେଇ ଶ୍ରୀନଗର ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ସହିତ ପର୍ଯ୍ୟଟକଙ୍କର ନଗଦ ଅର୍ଥ ଆବଶ୍ୟକତା ପୂରଣ ହୋଇପାରିବ। ଏସବିଆଇ ୱେବସାଇଟ ଅନୁଯାୟୀ ଭାରତରେ ଏହାର ପ୍ରାୟ ୬୦ ହଜାରରୁ ଅଧିକ ଏଟିଏମ ରହିଛି। ଏଥିସହିତ ଦେଶରେ ଏହାର ୨୨,୨୨୪ଟି ଶାଖା ରହିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories