www.samajalive.in
Monday, December 8, 2025
27.1 C
Bhubaneswar

ଭାରତରୁ ରପ୍ତାନି ଆମଦାନୀ ବନ୍ଦ କଲା ତାଲିବାନ

କାବୁଲ: ଭାରତ ସହିତ ସମସ୍ତ ବ୍ୟବସାୟିକ କାରବାରକୁ ତାଲିବାନ ଆତଙ୍କି ଗୋଷ୍ଠୀ ବନ୍ଦ କରିଦେଇଛନ୍ତି। ଆଫଗାନିସ୍ତାନକୁ ବଳପୂର୍ବକ ଦଖଲ କରିଥିବା ଏହି ଆତଙ୍କି ଗୋଷ୍ଠୀ ପାକିସ୍ତାନ ବାଟ ଦେଇ ସେହି ଦେଶ ସହିତ ଭାରତର ହେଉଥିବା ଆମଦାନୀ ରପ୍ତାନିକୁ ବନ୍ଦ କରିଦେଇଛନ୍ତି। ଭାରତୀୟ ରପ୍ତାନି ସଂଗଠନ ମହାସଂଘ (ଏଫଆଇଇଓ) ପକ୍ଷରୁ ବୁଧବାର କୁହାଯାଇଛି ଯେ ତାଲିବାନ ଆତଙ୍କିମାନେ ଉକ୍ତ ରାସ୍ତା ଦେଇ ସମସ୍ତ ପ୍ରକାର ଚଳାଚଳକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ଭାରତ ସରକାର ଆଫଗାନିସ୍ତାନରେ ଘଟୁଥିବା ଘଟଣା ପ୍ରତି ତୀକ୍ଷ୍‍ଣ ନଜର ରଖିଛନ୍ତି। ସେଠାରୁ ଭାରତକୁ ପାକିସ୍ତାନ ବାଟଦେଇ ସାମଗ୍ରୀ ଆମଦାନୀ କରାଯାଉଥିଲା। ସୂଚନାଯୋଗ୍ୟ ଯେ ଭାରତ କେବଳ ଆଫଗାନିସ୍ତାନର ଅନ୍ୟତମ ବୃହତ ବ୍ୟବସାୟିକ ସହଭାଗୀ ନଥିଲା, ତାହାସହିତ ସେହି ଦେଶରେ ଭାରତ ମୋଟା ଅଙ୍କର ନିବେଶ ମଧ୍ୟ କରିଛି। ଆଫଗାନିସ୍ତାନରେ ପ୍ରାୟ ୪୦୦ ପ୍ରକଳ୍ପ ରହିଛି ଏବଂ ସେଥିମଧ୍ୟରୁ ସଂପ୍ରତି କିଛି ପ୍ରକଳ୍ପ କାମ ନିର୍ମାଣାଧୀନ ରହିଛି। ସେସବୁଥିରେ ଭାରତ ନିବେଶ କରିଛି।

ଜଣାଯାଇଛି ଯେ ଗତବର୍ଷ ଆଫଗାନିସ୍ତାନକୁ ଭାରତରୁ ୮୩୫ ନିୟୁତ ଡଲାର ମୂଲ୍ୟର ରପ୍ତାନି କରାଯାଇଥିଲା। ସେହିଭଳି ଭାରତ ସେଠାରୁ ପ୍ରାୟ ୫୧୦ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା। ଏହାବ୍ୟତୀତ ଆଫଗାନିସ୍ତାନରେ ଭାରତ ପ୍ରାୟ ୩ ବିଲିଅନ ଡଲାର ନିବେଶ କରିଛି। ଭାରତ ଆଫଗାନିସ୍ତାନକୁ ଚିନି, ଔଷଧୀୟ ସାମଗ୍ରୀ, ପୋଷାକ, ଚା, କଫି, ମସଲା ଏବଂ ଟ୍ରାନସମିଶନ ଟାୱାର ରପ୍ତାନି କରୁଥିବାବେଳେ ସେଠାରୁ ମୁଖ୍ୟତଃ ଶୁଷ୍କ ଫଳ ଆମଦାନୀ କରିଥାଏ। ଏଥିସହିତ ସେଠାରୁ କିଛି ପରିମାଣର ପିଆଜ ମଧ୍ୟ ଭାରତ କିଣିଥାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories