ନୂଆଦିଲ୍ଲୀ: କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ଏପରିକି ସେ ଅଖିଳ ଭାରତ ମହିଳା କଂଗ୍ରେସର ପ୍ରାଥମିକ ସଦସ୍ୟା ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପତ୍ର ଲେଖି ସୁସ୍ମିତା ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଜାତୀୟ କଂଗ୍ରେସ ସହିତ ତାଙ୍କର ତିନି ଦଶନ୍ଧିର ସମ୍ପର୍କ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। ତାଙ୍କର ଏହି ଦୀର୍ଘ ଯାତ୍ରା ପାଇଁ ସେ ଦଳ, ଏହାର ସମସ୍ତ ନେତୃବୃନ୍ଦ, ସଦସ୍ୟ ଓ କର୍ମମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସେ ନିଜ ଇସ୍ତଫାର କିଛି କାରଣ ଦର୍ଶାଇ ନାହାନ୍ତି। ସୁସ୍ମିତାଙ୍କ ଇସ୍ତଫା କଂଗ୍ରେସ ପାଇଁ ଶକ୍ତ ଧକ୍କା ହୋଇଛି।
କଂଗ୍ରେସରୁ ଇସ୍ତଫା ଦେଲେ ସୁସ୍ମିତା ଦେବ; ତିନି ଦଶନ୍ଧିର ସମ୍ପର୍କ ତୁଟାଇଲେ
Popular Categories



