www.samajalive.in
Monday, December 8, 2025
27.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଜି.ଉଦୟଗିରି କ୍ରୀଡା ପ୍ରେମୀଙ୍କ ପ୍ରଶଂସା 

ଜି.ଉଦୟଗିରି : ଜି.ଉଦୟଗିରିରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଧାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳର କ୍ରୀଡା ପ୍ରେମୀ । ପ୍ରଥମେ ଅଞ୍ଚଳର ଶତାଧିକ କ୍ରୀଡ଼ାପ୍ରେମୀ ହକି ଜର୍ସୀ ପିନ୍ଧି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସହ ସହରରେ ଏକ ଶୋଭାଯାତ୍ରା କରିଥିଲେ। ଅଞ୍ଚଳର ଯୁବ ଗୋଷ୍ଠୀ ଓ କ୍ରୀଡା ପ୍ରେମୀଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବାକୁ ୬ କୋଟି ଟଙ୍କା ଅଟକଳରେ ଜି.ଉଦୟଗିରି ସହରରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଥିବା ଯୋଗୁଁ ଉପସ୍ଥିତ ବିଜେଡି କର୍ମୀ, ନେତା, କ୍ରୀଡା ପ୍ରେମୀଙ୍କ ସମେତ ନିଜେ ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁୟସୀ ପ୍ରଶଂସା କରିଥିବା ବେଳେ ଏହା ନୂତନ କ୍ରୀଡା ପ୍ରତିଭା ମାନଙ୍କୁ ଚିହ୍ନଟ କରିବାରେ ସହଜ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ନଗର ବିଜେଡି ସଭାପତି ଗୋପାଳକୃଷ୍ଣ ମହାପାତ୍ର, ନଗର ମହିଳା ବିଜେଡି ସଭାନେତ୍ରୀ ଭାନୁପ୍ରଭା ମିଶ୍ର, ବ୍ଳକ ବିଜେଡି ସଭାପତି ଲିଙ୍ଗରାଜ କହଁର, ବିଧାୟକ ପ୍ରତିନିଧି ପି.ରାଜାରାଓ ପାତ୍ର, ବରିଷ୍ଠ ବିଜେଡି ନେତା ଲେକଚରର ବୁଲିଆନ, ଦେବନାଥ ଦଳବେହେରା, ସୁଶିଲ ପାଣିଗ୍ରାହୀ,ଏମ୍ ଡି ଆଲମାସ, ପ୍ରକାଶ ରଥ, କିଶୋର ନାୟକ, ଯୁବ ବିଜେଡି ସଭାପତି ଛଟନ କୁମାର ନାୟକ, ଛାତ୍ର ସଭାପତି ଅମିତ ପ୍ରଧାନ ପ୍ରମୁଖ ସାମିଲ ହୋଇ ଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories