www.samajalive.in
Monday, December 8, 2025
20.1 C
Bhubaneswar

କିନ୍ନାଉର ଭୂସ୍ଖଳନ: ୧୫ ମୃତଦେହ ଉଦ୍ଧାର, ଆଉ ୨୦ ଏବେ ବି ନିଖୋଜ

ଶିମଳା: ହିମାଚଳପ୍ରଦେଶର କିନ୍ନାଉରଠାରେ ବୁଧବାର ଦିନ ଘଟିଥିବା ଭୂସ୍ଖଳନ ଜନିତ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ଟି ମୃତଦେହ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଆଉ ୨୦ ଜଣ ନିଖୋଜ ରହିଛନ୍ତି। ସେମାନଙ୍କୁ ଖୋଳିବା କାର୍ଯ୍ୟ ଜାରି ରହିଛି। ଜଣାଯାଇଛି ଯେ ବୁଧବାର ମଧ୍ୟାହ୍ନରେ ଏହି ଭୂସ୍ଖଳନ ଘଟିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ହିମାଚଳ ସଡକ ପରିବହନ ନିଗମର ଗୋଟିଏ ବସ, ଗୋଟିଏ ଟ୍ରକ ଏବଂ ଚାରିଟି କାର ମାଟି ଅତଡା ତଳେ ରହିଯାଇଥିଲା। ଭୂସ୍ଖଳନ ଖବର ମିଳିବା ପରେ ଆଇଟିବିପି ଯବାନମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୁଧବାର ଠାରୁ ଉଦ୍ଧାର ଓ ମୃତାହତଙ୍କ ତଲାସି କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ୧୩ ଜଣ ଲୋକଙ୍କୁ ନିରାପଦରେ ଉଦ୍ଧାର କରାଯାଇସାରିଥିବା ହିମାଚଳପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିସହିତ ଆଇଟିବିପି ଯବାନମାନେ ମାଟି ଅତଡା ତଳେ ଗାଡିଗୁଡିକ ମଧ୍ୟରେ ଚାପିହୋଇ ପ୍ରାଣ ହରାଇଥିବା ୧୫ ଜଣଙ୍କର ମୃତଦେହ ସେଠାରୁ ବାହାର କରିଛନ୍ତି। ଏବେସୁଦ୍ଧା ଆଉ ପ୍ରାୟ ୨୦ ଜଣ ନିଖୋଜ ରହିଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ଗୋଟିଏ ବସ, ଗୋଟିଏ ବୋଲେରୋ ଏବଂ ସେଥିରେ ଥିବା ଯାତ୍ରୀମାନଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୋ÷ଣସି ସନ୍ଧାନ ପାଇପାରିନାହାନ୍ତି। ପ୍ରଧାନମନ୍ତ୍ରୀ ଏଭଳି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରତି ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ପ୍ରତି ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେଠାରୁ ଉଦ୍ଧାର ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଭାବନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ରାସ୍ତାଦେଇ ଏପର୍ଯ୍ୟନ୍ତ ଯାନବାହନ ଚଳାଚଳ ସମ୍ଭବ ହୋଇନôତବା ହିମାଚଳ ରାଜ୍ୟ ଜରୁରୀ ପରିଚାଳନା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଉଦ୍ଧାର କାର୍ଯ୍ୟରେ ଆଇଟିବିପି ଯବାନଙ୍କ ସହିତ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଗୋଟିଏ ଦଳ ମଧ୍ୟ ସାମିଲ ହୋଇଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରଗୁଡିକ ପ୍ରତି ତାଙ୍କର ସମବେଦନା ଜଣାଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories