www.samajalive.in
Monday, December 8, 2025
27.1 C
Bhubaneswar

ଖାଲଖମାରେ ଭର୍ତ୍ତି କଦମମାଲ ରାସ୍ତା, ମରାମତି ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ

ରେଙ୍ଗାଲି: ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ଗମନାଗମନ ସକାଶେ ଉନ୍ନତମାନର ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଆବଶ୍ୟକତା ଅନୁଯାୟୀ ଅନୁଦାନ ଯୋଗାଇ ଦେଉଛନ୍ତି। ରାସ୍ତାର ଗୁଣବବତ୍ତା ବଜାୟ ରଖି ୫ବର୍ଷ ପର୍ଯ୍ୟନ୍ତ ସଂପୃକ୍ତ ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ରାସ୍ତା କାମ କରୁଥିବା ଠିକା ସଂସ୍ଥା ସହିତ ଚୁକ୍ତି କରି ନ୍ୟସ୍ତ କରଯାଉଛି। କିନ୍ତୁ ବିଡମ୍ବନାର ବିଷୟ ଯେ ରାସ୍ତାକାମ ସରିଗଲା ପରେ ରକ୍ଷଣାବେକ୍ଷଣ ପ୍ରତି ଆଦୌ ଗୁରୁତ୍ୱ ଦିଆ ଯାଉ ନଥିବାରୁ ଅନେକ ରାସ୍ତା ଉପରୁ ପିଚୁ ଉଠି ଯାଉଛି କିମ୍ବା ଆଉ କେଉଁଠି ରାସ୍ତା ଦବି ଯାଇ ଫାଟି ଆଁ କରିଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ର ଲଇଡା ଗ୍ରାଡ୍ ସବ୍ ଷ୍ଟେସନରୁ କଦମମାଲ ଦେଇ ରେଙ୍ଗଲୋଇକୁ ସଂଯୋଗ କରୁଥିବା ରାସ୍ତା ଏହାର ଜ୍ବଳନ୍ତ ଉଦାହରଣ ଅଟେ। ଆର୍.ଡି ରୋଡରୁ କଦମମାଲ ଲେଖାଥିବା ସୂଚନା ଫଳକ ଲଗାଇ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା କାମ ସମ୍ପନ୍ନ ହୋଇଥିଲା% ୨.୪୮ କିଲୋମିଟର ରାସ୍ତା ପାଇଁ ୧୦୮.୯୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ୫ବର୍ଷ ପାଇଁ ଏହି ରାସ୍ତା ର ରକ୍ଷଣାବେକ୍ଷଣ ସକାଶେ ୭ଲକ୍ଷ ୮୭ ହଜାର ଟଙ୍କା ରଖାଯାଇଛି ବୋଲି ସୂଚନା ଫଳକରେ ଉଲ୍ଲେଖ ଅଛି।

 

- Advertisement -

କିନ୍ତୁ ପରିତାପର ବିଷୟ ଯେ ଏହି ରାସ୍ତା ନିର୍ମାଣ ହେବାର ୩ବର୍ଷ ପରେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇ ରାସ୍ତା ଦବି ଯିବା ଏବଂ ଅନେକ ସ୍ଥାନରେ ପିଚୁ ଉଠିଯାଇ ମେଟାଲ୍ ଦେଖାଯିବା ତଥା କେତେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ମରାମତି ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଠିକା ସଂସ୍ଥା ଅଦୌ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଜନସାଧାରଣରେ ଅଭିଯୋଗ ହେଉଛି। ଉଚ୍ଚ କର୍ତ୍ତୃପକ୍ଷ ଏଦିଗ ରେ ଦୃଷ୍ଟି ଦେଇ ରାସ୍ତା ମରାମତି ର ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories