www.samajalive.in
Monday, December 8, 2025
27.1 C
Bhubaneswar

ମହାମାରୀ ସତ୍ତ୍ୱେ ବ୍ଲୁ ଡାର୍ଟର ଉତ୍ତମ ପ୍ରଦର୍ଶନ

ମୁମ୍ବଇ: ଦକ୍ଷିଣ ଏସିଆର ଅଗ୍ରଣୀ ଏକ୍ସପ୍ରେସ ବିମାନ ଓ ସମନ୍ୱିତ ପରିବହନ ଏବଂ ଆବଣ୍ଟନକାରୀ କମ୍ପାନୀ ବ୍ଲୁ ଡାର୍ଟ ଏକ୍ସପ୍ରେସ ଲିମିଟେଡ ମୁମ୍ବାଇରେ ଅନୁଷ୍ଠିତ ବୋର୍ଡ ବୈଠକରେ ୨୦୨୧ ଜୁନ ସୁଦ୍ଧା ଶେଷ ହୋଇଥିବା ତିନିମାସ ପାଇଁ ଆର୍ଥିକ ଫଳାପଳ ଘୋଷଣା କରିଛି । ୨୦୨୧ ଜୁନ ୩୦ ସୁଦ୍ଧା ଶେଷ ହୋଇଥିବା ତିନିମାସରେ କମ୍ପାନୀ ୨୯୪ ନିୟୁତ ଟଙ୍କା ଟିକସ ପରବର୍ତ୍ତୀ ଲାଭ ଉପାର୍ଜନ କରିଛି, ଯେତେବେଳେ ପୂର୍ବବର୍ଷ ସେହି ତିନିମାସରେ କମ୍ପାନୀ ୧୨୭୯ ନିୟୁତ ଟଙ୍କା କ୍ଷତିର ସମ୍ମୁଖୀନ ହୋଇଥିଲା । ୨୦୨୧ ଜୁନ ୩୦ ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ କମ୍ପାନୀର କାରବାରରୁ ମୋଟ ୮୬୪୮ ନିୟୁତ ଟଙ୍କା ରାଜସ୍ୱ ଆୟ କରାଯାଇଛି ।
ଚଳିତ ବର୍ଷ ଜୁନ ସୁଦ୍ଧା ଶେଷ ହୋଇଥିବା ତିନିମାସରେ ଏହାର ଷ୍ଟାଣ୍ଡଆଲୋନ ରାଜସ୍ୱ ଆୟ ପୂର୍ବବର୍ଷ ସେହି ସମୟ ତୁଳନାରେ ୧୦୯% ବୃଦ୍ଧିପାଇଥିବାବେଳେ ଇବିଆଇଟିଡିଏ ୮୯୨ ନିୟୁତ ଟଙ୍କା ହୋଇଛି । ଗତବର୍ଷ ଜୁନ ସୁଦ୍ଧା ଶେଷ ହୋଇଥିବା ତିନିମାସରେ ଏହା -୧୧୬୦ ନିୟୁତ ଟଙ୍କା (କ୍ଷତି) ଥିଲା । ସେହିଭଳି ଚଳିତ ବର୍ଷ ଜୁନ ୩୦ ସୁଦ୍ଧା ଶେଷ ହୋଇଥିବା ତିନିମାସରେ କମ୍ପାନୀର ଷ୍ଟାଣ୍ଡଆଲୋନ ଟିକସ ପରବର୍ତ୍ତୀ ଲାଭ ପରିମାଣ ୨୯୪ ନିୟୁତ ଟଙ୍କା ହୋଇଛି, ଯାହା ପୂର୍ବବର୍ଷର ସେହି ସମୟରେ ୧୨୭୯ କୋଟି ଟଙ୍କା କ୍ଷତି ହୋଇଥିଲା । ଷ୍ଟାଣ୍ଡଆଲୋନ ଇପିଏସ ପରିମାଣ ଗତ ଆର୍ଥିକ ବର୍ଷର ପ୍ରଥମ ତିନିମାସ (ଏପ୍ରିଲ-ଜୁନ)ରେ -୫୩.୯୨ ଟଙ୍କା (କ୍ଷତି) ଥିବାବେଳେ ଚଳିତ ବର୍ଷ ସେହି ସମୟରେ ତାହା ୧୨.୩୮ ଟଙ୍କା ରହିଛି ।
କମ୍ପାନୀର କନସୋଲିଡେଟେଡ ରାଜସ୍ୱ ଆୟ ଚଳିତ ବର୍ଷ ଜୁନ୍‍ ସୁଦ୍ଧା ଶେଷ ହୋଇଥିବା ତିନିମାସରେ ୮୬୬୨ ନିୟୁତ ଟଙ୍କା ହୋଇଥିବାବେଳେ ସେଥିରେ ପୂର୍ବବର୍ଷର ସେହି ସମୟ ତୁଳନାରେ ୧୦୮% ବୃଦ୍ଧି ଘଟିଛି । କମ୍ପାନୀର ପ୍ରଦର୍ଶନ ସମ୍ପର୍କରେ ପ୍ରକାଶକରି ବ୍ଳୁ ଡାର୍ଟ ପରିଚାଳନା ନିର୍ଦ୍ଦେଶକ ବାଲଫୋର ମାନୁଏଲ କହିଛନ୍ତି, ବ୍ଲୁ ଡାର୍ଟ ଦୃଢତାର ସହିତ ଛିଡା ହୋଇଛି ଏବଂ ନୂଆ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଉତ୍ତମ ଫଳାଫଳ ପ୍ରଦର୍ଶନ କରିଛି । ମହାମାରୀର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଆମେ ବିବିଧ ଆହ୍ୱାନମୂଳକ ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ବ୍ଲୁ ଡାର୍ଟର ବ୍ୟବସାୟ ମଜବୁତ ଭାବରେ ଆଗକୁ ବଢୁଛି ଏବଂ ସମସ୍ତ ପରିବର୍ତ୍ତନଶୀଳ ବାହ୍ୟ ପରିବେଶ ସହିତ ନିଜକୁ ଖାପଖୁଆଇ ଆଗେଇ ଚାଲିଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories