www.samajalive.in
Monday, December 8, 2025
17.1 C
Bhubaneswar

ବୃହସ୍ପତି ଚନ୍ଦ୍ରରେ ଜଳୀୟ ବାଷ୍ପ ଠାବ କଲା ନାସାର ହବଲ ଟେଲିସ୍କୋପ

ୱାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ହବଲ ମହାକାଶ ଟେଲିସ୍କୋପ ବୃହସ୍ପତି ଗ୍ରହର ଚନ୍ଦ୍ରରେ ଜଳୀୟ ବାଷ୍ପ ଠାବ କରିଛି। ଏଭଳି ଏକ ଆବିଷ୍କାର ପ୍ରଥମ ଥର ପାଇଁ କରାଯାଇଥିବା କୁହାଯାଇଛି। ହବଲ ଟେଲିସ୍କୋପର ସ୍ପେକଟ୍ରୋସ୍କୋପିକ ତଥ୍ୟଗୁଡିକୁ ବିଶ୍ଳେଷଣ କରାଯିବା ପରେ ବୃହସ୍ପତି ଚନ୍ଦ୍ର ଗାନିମେଡରେ ଜଳୀୟ ବାଷ୍ପ ଠାବ କରାଯାଇଛି। ୧୯୯୮ରେ ହବଲ ଟେଲିସ୍କୋପର ଇମେଜିଂ ସ୍ପେକଟ୍ରୋଗ୍ରାଫ ଉକ୍ତ ଚନ୍ଦ୍ରରେ ଅରାଲ ବ୍ୟାଣ୍ଡ୍‍ ନାମରେ ଇଲେକ୍ଟ୍ରିଫାଏଡ ଗାସ ଠାବ କରିଥିଲା। ଗାନିମେଡ ସୂର୍ଯ୍ୟ ଠାରୁ ପ୍ରାୟ ୫୦ କୋଟି ମାଇଲ ଦୂରରେ ରହିଥିଲେ ମଧ୍ୟ ଏହାର ପୃଷ୍ଠଭାଗ କଠିନ ବରଫରେ ଆଚ୍ଛାଦିତ ଏବଂ ତାପମାତ୍ରା ୩୦୦ ଡିଗ୍ରୀ ସେଲସିୟସ। ଏହାର ଅର୍ଥ ହେଉଛି ଉକ୍ତ ଚନ୍ଦ୍ର ପୃଷ୍ଠଭାଗରେ ଥିବା ବରଫ ଅତ୍ୟନ୍ତ ଟାଣ ଏବଂ ପଥର ଭଳି ହୋଇଯାଇଛି। କିନ୍ତୁ ସୂର୍ଯ୍ୟ ରଶ୍ମିର କିଛି ଚାର୍ଜ କଣିକା ଏହି ବରଫ ସଂସ୍ପର୍ଶରେ ଆସି ତାହାକୁ ଜଳୀୟ ବାଷ୍ୱରେ ପରିଣତ କରିପାରେ। ବିଶେଷକରି ମଧ୍ୟାହ୍ନ ସମୟରେ ତାପମାତ୍ରା ସର୍ବାଧିକ ରହିଥିବାବେଳେ ଏଭଳି ହେବା ସମ୍ଭାବନା ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories