www.samajalive.in
Monday, December 8, 2025
17.1 C
Bhubaneswar

ଦେଶର ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି ଆଇଟିଆଇ

ଭୁବନେଶ୍ୱର: ଓଡ଼ିଶାର ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ ବୈଷୟିକ ଶିକ୍ଷା କ୍ଷେତ୍ରରେ ଦେଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଆଇଟିଆଇ ପ୍ରତି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି। ରାଜ୍ୟ ସରକାର ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ କରିଛନ୍ତି। ଆଜି ଆଇଟିଆଇରେ ଆଧୁନିକ ଯନ୍ତ୍ରପାତିବିଶିଷ୍ଟ କର୍ମଶାଳା, ତାଲିମପ୍ରାପ୍ତ ପ୍ରଶିକ୍ଷକ ଏବଂ ଆବାସିକ ସୁବିଧା ରହିଛି ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ପ୍ରକାଶ କରିଛନ୍ତି।
୨୦୨୧-୨୨ ମସିହା ପାଇଁ ଆଇଟିଆଇ, ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ ଦେଶର ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି ଆଇଟିଆଇ ସ୍ଥାନ ପାଇଛି। ଆମ ପାଇଁ ଖୁସିର ବିଷୟ ୨୦୨୦ ବର୍ଷର ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ରାଜ୍ୟର ୪ ଜଣ ପ୍ରଶିକ୍ଷାର୍ଥୀ ସମଗ୍ର ଦେଶର ଶ୍ରେଷ୍ଠ୧୦ ଜଣଙ୍କ ମଧ୍ୟରେ ମେଧାତାଲିକାରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସୁଦକ୍ଷା, ପ୍ରେରଣା ଓ ନିର୍ମାଣ ଶ୍ରମିକ ଯୋଜନାରେ ସମାଜର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଛି। ଚଳିତ ୨୦୨୧-୨୨ ତାଲିମ ବର୍ଷ ପାଇଁ ଅନ୍‌ଲାଇନ୍‌ ଜରିଆରେ ୧୮,୨୫୮ ଜଣ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ଆବେଦନ କରିଛନ୍ତି। ମୁଁ ଏହି ଅବସରରେ ସମସ୍ତ ଅଭିଭାବକ, ହାଇସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ଏବଂ ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରିଛନ୍ତି। ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଆଇଟି ଶିକ୍ଷା ପ୍ରତି ମାର୍ଗଦର୍ଶନ କରନ୍ତୁ । ଯୁବଗୋଷ୍ଠୀ ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସରେ ଭରପୂର ସୁଯୋଗ ନେଇ କୁଶଳତାପୂର୍ବକ ନିଜକୁ ମୁଖ୍ୟ କର୍ମସ୍ରୋତରେ ସାମିଲ କରନ୍ତୁ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି. ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟର ବିଭିନ୍ନ ସ୍ଥାନର ଆଇଟିଆଇ ପ୍ରିନ୍‌ସିପାଲ୍‌ ଏବଂ ଓଡ଼ିଶା ଘରୋଇ ଇଂଜିନିୟରିଂ ସ୍କୁଲ ସଂଗଠନର ପ୍ରତିନିଧିମାନେ ପ୍ରଚାର ଅଭିଯାନରେ ସାମିଲ ହୋଇ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ କରିବା ପାଇଁ ମତ ଦେଇଥିଲେ।
ଏହି ଅବସରରେ ଉପସ୍ଥିତ ଅତିଥିମାନେ ପ୍ରଚାର ଅଭିଯାନ, ଅଡ଼ିଓ ଭିଜୁଆଲ କ୍ଲିପ୍‌ ଓ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା, ଯୁଗ୍ମ ସଚିବ ଶ୍ରୀ ଅଜୟ ନାୟକ ଓ ଗୌରହରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories