www.samajalive.in
Monday, December 8, 2025
27.1 C
Bhubaneswar

ଶୋଇଥିବା ଅବସ୍ଥାରେ ମଶାରୀ ଉପରୁ କାମୁଡ଼ିଲା ନାଗ

ପିପିଲି : କମଳାସାଗାର ପାଟଣା ଗାଁରେ ଜଣେ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ତାଙ୍କୁ ନାଗ ସାପ ଦଂଶନ କରିଛି। ତାଙ୍କ ନାମ ରୁଷିଆ ବେହେରା (୫୫)। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ସୂଚନା ଯୋଗ୍ୟ , ରୁଷିଆ ବେହେରା ଆଜି ସକାଳ ପ୍ରାୟ ୬ ଟା ବେଳେ ନିଜ ଘରେ ମଶାରୀ ଟାଣି ଶୋଇଥିବା ବେଳେ କଣ ଗୋଟେ କାମୁଡି ଦେବାରୁ ନିଦ ଭାଙ୍ଗିଗଲା । ଉଠି ଦେଖନ୍ତି ତ ମଶାରୀ ଉପରୁ ନିଜ ବାମ ପାଦ ଉପରକୁ ଏକ ସାପ କାମୁଡି ଧରିଛି । ପାଟି କରିବା ପରେ ଘର ଲୋକ ଉଠି ପଡି ଦେଖନ୍ତି ତ ଏକ ବଡ଼ ନାଗ ସାପ ଘର ଭିତରେ ଏପଟ ସେପଟ ହେଉଛି । ସାପଟି ଲୋକଙ୍କୁ ଦେଖି ଘରୁ ବାହାରି ଗଲା । ସେତିକି ବେଳେ ରୁଷିଆଙ୍କ ପୁଅ କାହ୍ନା ନାଗ ସାପର ଫୋଟୋ ନିଜ ମୋବାଇଲ ରେ ଉଠେଇଥିଲେ । ତା ପରେ ସାପଟି ବାରି ଆଡ଼କୁ ପଳାଇ ଗଲା ।ରୁଷିଆଙ୍କୁ ପ୍ରଥମେ ପିପିଲି ଡାକ୍ତର ଖାନା ଏବଂ ପରେ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଯାବତ ୧୦ ଭାଏଲ ଆଣ୍ଟି ଭେନମ କ୍ୟାପିଟାଲ ହସ୍ପିଟାଲରେ ରୁଷିଆଙ୍କୁ ଦିଆଯାଇଛି । ତାଙ୍କ ଚିକିତ୍ସା ଜାରି ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories