www.samajalive.in
Monday, December 8, 2025
27.1 C
Bhubaneswar

ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି : ପର୍ସରେ ରଖନ୍ତୁ ଅଳ୍ପ ଅରୁଆ ଚାଉଳ

ଯଦି ଆପଣଙ୍କର ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି, ପର୍ସରେ ଅଳ୍ପ ଅରୁଆ ଚାଉଳ ନିଶ୍ଚୟ ରଖନ୍ତୁ।
ଏପରି ମଧ୍ୟ କୁହାଯାଏ ଯେ, ଯଦି ଆପଣଙ୍କର କୌଣସି ମନୋକାମନା ଅଛି, ତେବେ ଏକ କାଗଜରେ ଏହାକୁ ଲେଖି ଲାଲ ରଙ୍ଗର ଲଫାପାରେ ଭର୍ତ୍ତି କରି ନିଜ ପର୍ସରେ ରଖି ଦିଅନ୍ତୁ। ଏହି ମନୋକାମନା ନିଶ୍ଚୟ ପୂରଣ ହେବ।
ନିଜ ପର୍ସରେ କୌଣସି ପ୍ରକାରର ଖାଦ୍ୟଦ୍ରବ୍ୟ ରଖନ୍ତୁ ନାହିଁ। କାରଣ ଖାଦ୍ୟଦ୍ରବ୍ୟ ରହିଲେ ଅଯଥାରେ ପଇସା ଖର୍ଚ୍ଚ ହୋଇଥାଏ।
ନିଜ ପର୍ସରେ ଧାର୍ମିକ ବସ୍ତୁ ନିଶ୍ଚୟ ରଖନ୍ତୁ। ଯେପରି ରୁଦ୍ରାକ୍ଷ ରଖିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ପର୍ସରେ ଟଙ୍କା ସର୍ବଦା ରହିଥାଏ।
ଅନ୍ୟ ଏକ ଉପାୟ ଆପଣଙ୍କ ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗିପାରେ, ମାତ୍ର ପର୍ସରେ ସାମାନ୍ୟ ପରିମାଣରେ ଶୁଖିଲା ଗୋବର ରଖନ୍ତୁ। ଏହି ଉପାୟ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ। ଅଯଥାରେ ଟଙ୍କା ଖର୍ଚ୍ଚ ହେବ ନାହିଁ। ସଞ୍ଚୟ ମଧ୍ୟ ହେବ।
ପୁରୁଣା ବିଲ୍‌କୁ ଅଧିକାଂଶ ଲୋକେ ପର୍ସରେ ରଖିବାରେ ଅଭ୍ୟସ୍ତ। ଏଥିରୁ ମଧ୍ୟ ନିଜକୁ ନିବୃତ୍ତ ରଖନ୍ତୁ। ପୁରୁଣା ବିଲ୍ ଆଦି ଜରୁରୀ ସାମଗ୍ରୀକୁ ଫାଇଲରେ କିମ୍ବା ଆଲମାରିରେ ରଖିବା ସବୁଠୁ ନିରାପଦ।
ମୃତ ପରିଜନଙ୍କ ଫଟୋ ମଧ୍ୟ ପର୍ସରେ ରଖନ୍ତୁନାହିଁ। ଏହା ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଜଣାପଡ଼ିଛି।
ବ୍ଲେଡ୍, ଛୋଟ କଇଁଚି ମଧ୍ୟ କେତେଜଣ ନିଜ ପର୍ସରେ ରଖନ୍ତି। ଏସବୁ କାରଣରୁ ମଧ୍ୟ ଖରାପ ପରିସ୍ଥିତି ଉପୁଜିବାର ଆଶଙ୍କା ଅଛି।
କେବଳ ଟଙ୍କା, ପଇସା ବ୍ୟତୀତ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ମେକଅପ୍ ସାମଗ୍ରୀ ଆଦି ହିଁ ମନିପର୍ସରେ ରଖିବା ଆବଶ୍ୟକ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories