www.samajalive.in
Monday, December 8, 2025
20.1 C
Bhubaneswar

ଭାରତୀୟ ଜିଏସଟି, ବିଶ୍ୱର ଜଟିଳ ଟିକସ ପ୍ରଣାଳୀ: ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ: ଜିଏସଟିକୁ ସରଳ କରିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୋଦି ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ବିଶ୍ୱ ବ୍ୟାଙ୍କର ମତ ଅନୁଯାୟୀ ଏହା ବିଶ୍ୱର ସବୁଠାରୁ ଜଟିଳ ପ୍ରଣାଳୀ। ଭାରତରେ ଲାଗୁ ହୋଇଥିବା ଜିଏସଟି ପ୍ରଣାଳୀ ସମ୍ପର୍କରେ ମତ ରଖି ବିଶ୍ୱ ବ୍ୟାଙ୍କ ଏହାକୁ ବିଶ୍ୱର ୧୧୫ଟି ଦେଶରେ ଲାଗୁ ହୋଇଥିବା ଟିକସ ପ୍ରଣାଳୀ ମଧ୍ୟରେ ଦ୍ୱତୀୟ ସର୍ବାଧିକ ବୋଲି ମତ ରଖିଛନ୍ତି।

ବିଶ୍ୱ ବ୍ୟାଙ୍କ ଦ୍ୱାରା ପୃଥିବୀର ଯେଉଁ ସବୁ ଦେଶରେ ଜିଏସଟି ବ୍ୟବସ୍ଥା ଲାଗୁ ହୋଇଛି ତାହାର କାର୍ଯ୍ୟକାରିତାକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ମୋଟ୍‌ ୧୧୫ଟି ଦେଶକୁ ସ୍ଥାନ ଦିଆଯାଇଛି। ଭାରତରେ ମଧ୍ୟ ମୋଦି ସରକାର ୧ଜୁଲାଇରେ ଜିଏସଟିକୁ ଲାଗୁ କରିଥିଲେ। ଭାରତୀୟ ଜିଏସଟି ପ୍ରଣାଳୀ ଅନ୍ତର୍ଗତ ଏଥିରେ ୫ଟି ଅଧ୍ୟାୟରେ ଟିକସର ମାତ୍ରାକୁ ବିଭକ୍ତ କରାଯାଇଛି। ଏହି ଅଧ୍ୟାୟ ମଧ୍ୟରୁ ୦,୫, ୧୨, ୧୮ ଓ ୨୮ ପ୍ରତିଶତ ଟିକସ ବ୍ୟବସ୍ଥା ରହିଛି।

- Advertisement -

ଏସବୁ ସତ୍ତ୍ୱେ କିଛି ସାମଗ୍ରୀକୁ ଜିଏସଟି ଟିକସ ପ୍ରଣାଳୀରୁ ବାଦ୍‌ ଦିଆଯାଇଛି। ସେହିପରି ସୁନା ଉପରେ ୩ପ୍ରତିଶତ ଟିକସ ଲାଗୁ ହୋଇଛି। ଯେଉଁ ସାମଗ୍ରୀଗୁଡ଼ିକ ଜିଏସଟିରୁ ବାଦ୍‌ ରହିଛି ସେ ସବୁ ସାମଗ୍ରୀ ଉପରେ ପୁରାତନ ପଦ୍ଧତିରେ ଟିକସ ଆଦାୟ କରାଯାଉଛି। ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟରେ ୱାଲ୍ଡ ବ୍ୟାଙ୍କ ବିଶ୍ୱରେ ଅନ୍ୟାନ୍ୟ ଦେଶରେ କେବଳ ୨ଟି ଟିକସ ସ୍ଲାବ ରହିଥିବାବେଳେ ଭାରତ ପରି ଦେଶ ୫ଟି ସ୍ଲାବ ଦ୍ୱାରା ଟିକସ ଆଦାୟ କରି ପ୍ରଣାଳୀକୁ ଅଧିକ ଜଟିଳ କରି ଦେଇଛି ବୋଲି ମତ ଦେଇଛି।

ଭାରତରେ ଯେଉଁଠି ୫ଟି ସ୍ଲାବରେ ଜିଏସଟି ଆଦାୟ କରାଯାଉଛି ସେତେବେଳେ ବିଶ୍ୱର ୪୯ଟି ଦେଶରେ କେବଳ ଗୋଟିଏ ପ୍ରକାର ଜିଏସଟି ଲାଗୁ ରହିଛି। ସେହିପରି ୨୮ଟି ଦେଶରେ କେବଳ ୨ଟି ସ୍ଲାବରେ ଜିଏସଟି ଆଦାୟ ହୁଏ। ଭାରତ ସମେତ ପାକିସ୍ତାନ, ଘାନା, ଇଟାଲୀ ଓ ଲଗଜମବର୍ଗ ପରି ଦେଶରେ ୪ରୁ ଊର୍ଦ୍ଧ୍ବ ଟିକସ ସ୍ଲାବ ରହିଛି। ଅପରକ୍ଷରେ ଜିଏସଟିକୁ ସରକାର ଯେଉଁ ଭାବରେ ପ୍ରଚାର କରିଥିଲେ ସେପରି ଭାବରେ ଲାଗୁ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଭାରତୀୟ ଜିଏସଟିକୁ କେବଳ ୨ଟି ସ୍ଲାବରେ ରଖିବାକୁ ପରାମର୍ଶ ଦେଇଛନ୍ତି। ୧୨ ଓ ୧୮ ପ୍ରତିଶତ ସ୍ଲାବ ରଖିବା ଉପରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତୀୟ ଟିକସକୁ କମ୍‌ କରିବାକୁ ତାଙ୍କ ରିପୋର୍ଟରେ ପରାମର୍ଶ ଦେଇଛନ୍ତି। ନଚେତ ଏଭଳି ଟିକସ ବ୍ୟବସ୍ଥାକୁ ଲୋକାଭିମୂଖୀ କରିବା କାଠିକର ପ୍ରମାଣିତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। କାରଣ କେତେକ ସାମଗ୍ରୀରେ ବ୍ୟବସାୟୀଙ୍କୁ ଲାଭ ତୁଳନାରେ ଅଧିକ ଜିଏସଟି ଦେବାକୁ ପଡ଼ୁଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories