www.samajalive.in
Monday, December 8, 2025
20.1 C
Bhubaneswar

ବଲିଉଡ଼ ପ୍ରଯୋଜକ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ

ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ପ୍ରଯୋଜକ ତଥା ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷୀୟା ମହିଳା। ଏନେଇ ମୁମ୍ବଇର ଡିଏନ୍ ନଗର ପୁଲିସ ଶୁକ୍ରବାର ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରାଯାଇନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମହିଳାଜଣକ ଅଭିଯୋଗ କରିଛନ୍ତି ଯେ, କାମ ପାଇଁ ଯାଇଥିବା ବେଳେ ଭୂଷଣ କୁମାରଙ୍କ ଦ୍ୱାରା ସେ ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୧୭ରୁ ୨୦୨୦ ଅଗଷ୍ଟ ମଧ୍ୟରେ ଭୂଷଣ କୁମାର ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ଘଟଣା ସମ୍ପର୍କରେ କାହାକୁ କିଛି ନ କହିବାକୁ ସେ ଧମକ ମଧ୍ୟ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି।

- Advertisement -

ଡିଏନ୍ ନଗର ଥାନାରେ ଭୂଷଣ କୁମାରଙ୍କ ବିରୋଧରେ ଆଇପିସି ଧାରା ୩୭୬, ୪୨୦ ଓ ୫୦୬ ରେ ମାମଲା ରୁଜୁ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଭୂଷଣ କୁମାର ଏବେ ମୁମ୍ବଇରେ ନ ଥିବା ଜଣାପଡ଼ିଛି।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories