ଓଡିଶାର ସତ୍ୟ ତ୍ରିପାଠୀ ହେଲେ ଜାତିସଂଘର ସହକାରୀ ମହାସଚିବ
ନୂଆଦିଲ୍ଲୀ.- ଓଡିଶାର ସତ୍ୟ ତ୍ରିପାଠୀଙ୍କୁ ଜାତିସଂଘର ସହକାରୀ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ଜାତିସଂଘ ପରିବେଶ ପ୍ରକଳ୍ପର ନ୍ୟୁୟର୍କରେ ଥିବା କାର୍ଯ୍ୟଳୟର ମୁଖ୍ୟ ଭାବେ କାର୍ଯ୍ୟତୁଲାଇବେ । ଜାତିସଂଘର ଟ୍ୱିଟର ଆକାଉଣ୍ଟରେ ସତ୍ୟଙ୍କ ନିଯୁକ୍ତି ବିଷୟରେ ସୂଚନା ଦିଆଯାଇଛି ।
ସତ୍ୟ ତ୍ରିପାଠୀ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତୋକତ୍ତର ଓ ଆଇନରେ ସ୍ନାତୋକତ୍ତର ଡିଗ୍ରୀ ହାସଲ କରିଛନ୍ତି ।
ତ୍ରିନିଦାଦ୍ ଓ ଟୋବାଗୋର ଇଲିଓଟ୍ ହାରିଶ ପୂର୍ବରୁ ଏହି ପଦରେ ରହିଥିଲେ । ସତ୍ୟ ତାଙ୍କ ସ୍ଥାନରେ ନୂଆ ଭାବେ ନିଯୁକ୍ତି ପାଇଛନ୍ତି । ସେ ଜାତିସଂଘର ଉଚ୍ଚ ପଦବୀରେ ଅଧିଷ୍ଠିତ ତୃତୀୟ ଭାରତୀୟ ।
The Secretary-General has appointed Satya S. Tripathi of India as Assistant Secretary-General and Head of the New York Office of @UNEnvironment: https://t.co/9VrtAITxgS
— UN Spokesperson (@UN_Spokesperson) August 27, 2018
୨୦୧୭ ମସିହାରୁ ସତ୍ୟ ତ୍ରିପାଠୀ ପୂର୍ବରୁ ୟୁଏନ୍ଇପିର ୨୦୩୦ ପାଇଁ କରାଯ।ଇଥିବା ସମନ୍ୱିତ ବିକାଶ ପାଇଁ ବରିଷ୍ଠ ଉପଦେଷ୍ଟା ଭାବେ କାମ କରିଥିଲେ ।
ସତ୍ୟ ତ୍ରିପାଠୀ ବରିଷ୍ଠ ଆଇନଜୀବୀ ଓ ଅର୍ଥନୀତିଜ୍ଞ । ତାଙ୍କର ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ୧୯୯୮ ମସିହାରୁ ସେ ଜାତିସଂଘ ସହ ଜଡିତ ଅଛନ୍ତି । ଏସିଆ, ଆଫ୍ରିକା ଓ ୟୁରୋପରେ ଜାତିସଂଘର ବିଭିନ୍ନ ପ୍ରକଳ୍ପରେ କାମ କରିଛନ୍ତି । ଆଇନ ସହ ମାନବାଧିକାର ଓ ଗଣତାନ୍ତ୍ରୀକ ସରକାର ଏପରି ବିଭିନ୍ନ ପ୍ରକଳ୍ପରେ ସେ ଜାତିସଂଘ ପାଇଁ କାମ କରିଛନ୍ତି ।
ବିଭିନ୍ନ ବିକଶିତ ଦେଶରେ ଜଙ୍ଗଲକୁ ନଷ୍ଟ କରି ଅଙ୍ଗରକାମ୍ଳ ନିର୍ଗମନ ବୃଦ୍ଧି ହେଉଥିବାରୁ ଏଥିପାଇଁ ପୂର୍ବରୁ ଜାତିସଂଘର ସହାୟତାରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ସୁନାମୀରେ ପ୍ରଳୟ ପରେ ହୋଇଥିବା ସହାୟତା କାର୍ଯ୍ୟ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ମୁଖ୍ୟ ଭାବେ ସେ ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି ।
ସାଇପ୍ରସର ଏକତ୍ରି କରଣ ପାଇଁ ୨୦୦୪ରେ ହୋଇଥିବା ଆଲୋଚନା ବୈଠକ ସତ୍ୟ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ।