www.samajalive.in
Monday, December 8, 2025
20.1 C
Bhubaneswar

ଦଧିମାଛ ଗାଡିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ: ଜୀବନ୍ତ ଗୁଳି, ପିସ୍ତଲ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ସଦରଥାନା ଦଧିମାଛଗାଡିଆ ବଡ ଶବରସାହିର ଲାଲା ପ୍ରଧାନ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବଳରାମ ଦଳେଇକୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି। ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ଓ ଉପଖଣ୍ଡ ପୁଲିସ ଅଧିକାରୀ (ଏସଡିପିଓ)ସୁଶିଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଗଠନ କରାଯାଇ ଥିବା ସ୍କ୍ୱାର୍ଡ ସୋମବାର ରାତିରେ ନିଜ ଗ୍ରାମ ଦଧିମାଛଗାଡିଆରୁ ବଳରାମକୁ ଧରିଥିଲେ। ଅଭିଯୁକ୍ତ ନିକଟରୁ ଏକ ୯ଏମଏମ ପିସ୍ତଲ,୪ଜୀବନ୍ତ ଗୁଳି ଜବତ ହୋଇଛି। ୨୦୨୦ ଜୁନ ୧୪ ପହିଲି ରଜ ଦିନ ଲାଲାକୁ ଗୁଳିମାରି ହତ୍ୟା କରିଥିଲେ ଦୁର୍ବୁତ। ବଡ ଶବରସାହି ପୋଖରୀ କୁଳରେ ଲାଲା ଥିବା ବେଳେ ଦୁଇଜଣ ଯୁବକ ମଟରସାଇକେଲରେ ଆସି ଲାଲାକୁ ଖୁବ ନିକଟରୁ ଗୁଳି କରି ସେଠାରୁ ଚାଲିଯାଇଥିଲେ। ମୁଣ୍ଡ ଓ ପେଟରେ ଗୁଳି ବାଜି ଥିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଚୋରା ନିଶା କାରବାରକୁ ନେଇ ଏହି ଗୁଳିକାଣ୍ଡ ଘଟିଥିଲା। ଖୋର୍ଦ୍ଧା ଏସଡିପି ଓ ସୁଶିଲ କୁମାର ମିଶ୍ରଙ୍କୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଥିଲା। ପୂର୍ବରୁ ସଦର ପୁଲିସ ଏହି ଘଟଣାର ଅନ୍ୟ ଅଭିଯୁକ୍ତ ବିଶ୍ୱ ରଞ୍ଜନ ଜେନା,ସଞ୍ଜୟ ବେହେରା,ମନୋରଞ୍ଜନ ସାହୁକୁ ଗିରଫ କରାଯାଇଥିଲା। ମନୋରଞ୍ଜନ ଠାରୁ ପୁଲିସ ଏକ ପିସ୍ତଲ ପୂର୍ବରୁ ଜବତ କରିଥିଲା। ବ୍ରାଉନସୁଗାର କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories