www.samajalive.in
Thursday, December 11, 2025
26.1 C
Bhubaneswar

ମ୍ୟାଲେରିଆ ନିରାକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଦୁଇଟି ସଂସ୍ଥା ସହିତ ହାତ ମିଳାଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆମେରିକୀୟ ସଂସ୍ଥା ‘ମ୍ୟାଲେରିଆ ନୋ ମୋର୍’ ଏବଂ ଭାରତୀୟ ସଂସ୍ଥା “ମ୍ୟାଲେରିଆ ନିରାକରଣ ଟ୍ରଷ୍ଟ’ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟ ସରକାର ମ୍ୟାଲେରିଆ ନିରାକଣ ଦିଗରେ ସୁଚିନ୍ତିତ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ରାଜ୍ୟରେ ମ୍ୟାଲେରିଆ ପ୍ରକୋପ ଆଶାତୀତ ଭାବେ ହ୍ରାସ ପାଇଥିବାରୁ ଉପରୋକ୍ତ ସଂସ୍ଥାମାନେ ଏଠାରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ‘ଦମନ’ ଯୋଜନାର କାର୍ଯ୍ୟକାରୀ ଫଳରେ ରାଜ୍ୟରୁ ମ୍ୟାଲେରିଆର ପ୍ରକୋପ ୮୪ ପ୍ରତିଶତ ହ୍ରାସ ପାଇଛି। ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏଭଳି ସଫଳତା କେବଳ ଦେଶ ମଧ୍ୟରେ ନୁହେଁ , ବିଦେଶରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ଖୋଦ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡିଶାର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଯେହେତୁ ମ୍ୟାଲେରିଆକୁ ଏକାକୀ ନିରାକରଣ କରିବା ଆମ ରାଜ୍ୟ ପାଇଁ ଏକ ଆହ୍ୱାନ ହୋଇଛି ତେଣୁ ବିଭିନ୍ନ ସଂଗଠନ ସହିତ ସହେଯାଗ ସ୍ଥାପନ କରି କାମକରିବା ନିହାତି ଆବଶ୍ୟକ। “ମ୍ୟାଲେରିଆ ନୋ ମୋର’୍ ଓ “ମ୍ୟାଲେରିଆ ନିରାକରଣ ଟ୍ରଷ୍ଟ’ ସହେଯାଗରେ ଓଡିଶାରୁ ସହଜରେ ମ୍ୟାଲେରିଆ ନିରାକରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories