www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତା ୧୮ରେ ହେବ ନବ ନିର୍ମିତ ମା’ ମେଟକାନି ମନ୍ଦିରର ରତ୍ନ ମୁଦ ଉତ୍ସବ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସି ବରଗଡ଼-ସମ୍ବଲପୁର ୱେ ଜାତୀୟ ରାଜପଥ କଡ଼ ସ୍ଥିତ ଲାଦେର ପାଲି ୱାର୍ଡ ନଂ୧୦ରେ ନବ ନିର୍ମିତ ମା’ ମେଟକାନି ମନ୍ଦିରରେ ଆସନ୍ତା ୧୮ତାରିଖ ଦିନ ରତ୍ନ ମୁଦ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉତ୍ସବ ପାଇଁ ମା’ ମେଟାକାନି ମନ୍ଦିର କମିଟି ପକ୍ଷରୁ ଏକ ସ୍ୱତନ୍ତ ବୈଠକ ଅନୁଷ୍ଠିତ ହୋଇ ରତ୍ନ ମୁଦ ଉତ୍ସବ ପାଇଁ ୫ଯୋଡି କର୍ତ୍ତା ଓ ପୂଜକ ତଥା କୋଭିଡ ମହାମାରୀକୁ ଆଖି ଆଗରେ ରଖି କମ ଭକ୍ତଙ୍କ ସମାବେଶରେ କଳସ ଅଧିବାସ ସହ ପୂଜାର୍ଚ୍ଚନା ହେବାକୁ ଯାଉଛି। ତେବେ ଅଜୟ କୁମାର ମହାପାତ୍ର ଓ ତାଙ୍କ ପୂଜକ ଭାବେ ଚୟନ ହୋଇଥିବା ବେଳେ କର୍ତ୍ତା ଭାବେ ପର୍ୟ୍ୟାୟକ୍ରମେ ତ୍ରିଲୋଚନ ବାଦୀ ଧର୍ମପତ୍ନୀ ଅଞ୍ଜଳି ବାଦୀ, ବିଜୟ ବାଦୀ ଧର୍ମପତ୍ନୀ ସୁଚିତ୍ରା ବାଦୀ, ବିଶ୍ଵାମିତ୍ର ମହାନନ୍ଦ ଧର୍ମପତ୍ନୀ ଯଶୋବନ୍ତି ମହାନନ୍ଦ, ବିକ୍ରମ ପାଇକ ଧର୍ମପତ୍ନୀ ପ୍ରତିମା ପାଇକ ଓ ବିକ୍ରମ ତାଣ୍ଡି ଧର୍ମପତ୍ନୀ ଲିଲି ତାଣ୍ଡି ଯୋଗଦେଇ ପୁଜା କାର୍ୟ୍ୟ ତୁଲାଇବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି। ଏଥିସହ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜୋରସୋରରେ ଚାଲିଛି। କମିଟିର ସମସ୍ତ କର୍ମ କର୍ତ୍ତା ତଥା ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗ ରହିବ ବୋଲି ସୂଚନା ମିଳିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories