www.samajalive.in
Monday, December 8, 2025
20.1 C
Bhubaneswar

ସତ୍ୟବାଦୀର ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସାକ୍ଷୀଗୋପାଳ : ମହାନ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧ ଦିବସ ଅବସରରେ ଉତ୍କଳମଣିଙ୍କ କର୍ମପୀଠ ସତ୍ୟବାଦୀ ଅଞ୍ଚଳରେ ସ୍ଥାନୀୟ ଜନସାଧାରଣ, ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ଓ ଶେଷ ନିଶ୍ୱାସ ତ୍ୟାଗସ୍ଥଳ, ଐତିହାସିକ ବକୁଳବନସ୍ଥିତ ପଞ୍ଚସଖାଙ୍କ ସମାଧି ପୀଠ, ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି, କାଦୁଆ ଆଶ୍ରମ ପରିସରରେ ଅବସ୍ଥିତ ଉତ୍କଳମଣି ଓ ଜାତିର ଜନକଙ୍କ ପ୍ରତିମୂର୍ତ୍ତି ଓ ସାକ୍ଷୀଗୋପାଳ ବସଷ୍ଟାଣ୍ଡଠାରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

- Advertisement -

ଏହି ଅବସରରେ କେତକୀଝର ତୀର୍ଥ ପୁଷ୍କରିଣୀରେ ତିଳତର୍ପଣ ଅନୁଷ୍ଠିତ ହୋଇଥିଲା। ସତ୍ୟବାଦୀର ପତଞ୍ଜଳି ଯୋଗ ପରିବାର, ଭାରତ ବିକାଶ ପରିଷଦ, ଉତ୍କଳମଣି ଗୋପବନ୍ଧୁ ମିଶନ ଓ ସେବା ଅନୁଷ୍ଠାନ ତରଫରୁ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଯୋଗ ଶିକ୍ଷକ ସୁବାସ ଚନ୍ଦ୍ର ମିଶ୍ର ଭଗବାନ ପାଲ, ସତ୍ୟବାଦୀ ଦାସ, ନବଘନ ଶତପଥି, ବିଷ୍ଣୁ ମହାରଣା, ସୁଶାନ୍ତ କୁମାର ରଥ, ଗୀତା ବେହେରା, ମାନସ ରଞ୍ଜନ ପଟ୍ଟନାୟକ, ବିଜୟ କୁମାର ପରିଡା, ରିଙ୍କୁ ଦଳାଇ, ବସନ୍ତ କୁମାର ସ୍ୱାଇଁ ଓ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories