www.samajalive.in
Monday, December 8, 2025
27.1 C
Bhubaneswar

କଟକ, ଭୁବନେଶ୍ୱରରେ ୧୦୦ ଟଙ୍କା ଛୁଇଁଲା ପେଟ୍ରୋଲ ଲିଟର

ଭୁବନେଶ୍ୱର: ରାଜ୍ୟରେ ମାଲକାନଗିରି ଭଳି ଉପାନ୍ତ ଜିଲାରେ ପେଟ୍ରୋଲ ଲିଟର ୧୦୦ଟଙ୍କା ଟପିବାର କିଛି ଦିନ ବ୍ୟବଧାନରେ ଶୁକ୍ରବାର ଭୁବନେଶ୍ୱର, କଟକ ମହାନଗରରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିଛି। କରୋନା ମହାମାରୀରେ ଜୀବନ ଜୀବିକା ହରାଇଥିବା ପରିବାରଗୁଡିକ ପେଟ୍ରୋଲ, ଡିଜେଲର ଏଭଳି ଦରବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଦିନକ ତଳେ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ମଧ୍ୟ ପାଖାପାଖି ୨୫ ଟଙ୍କା ବୃଦ୍ଧି ପାଇଥିଲା।
ରାଜଧାନୀ ଭୁବନେଶ୍ୱରରେ ଶୁକବ୍ରାର ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୭୭ ପଇସା ରହିଥିବାବେଳେ ଭୁବନେଶ୍ୱର-କଟକ ମଧ୍ୟବର୍ତ୍ତୀ ଫୁଲନଖରାରେ ଏହାର ମୂଲ୍ୟ ୯୯ ଟଙ୍କା ୯୫ ପଇସା ରହିଛି। ଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଦର ପିଛା ପ୍ରାୟ ୧ ଟଙ୍କା ୭୦ ପଇସା ବୃଦ୍ଧି ଘଟିଛି। ସେହିଭଳି କଟକରେ ଶୁକ୍ରବାର ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସାରେ ପହଞ୍ଚିଛି। ସପ୍ତାହକ ମଧ୍ୟରେ କଟକରେ ପେଟ୍ରୋଲ ଦର ୨ ଟଙ୍କାରୁ ଅଧିକ ବୃଦ୍ଧିପାଇଛି। ଅନ୍ୟପକ୍ଷରେ ଦେଶର ଅନେକ ସ୍ଥାନରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୫ ଟଙ୍କାକୁ ଅତିକ୍ରମ କରିଛି। ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ୧୦୨ ଟଙ୍କା ୪୮ ପଇସା, ଚେନ୍ନଇରେ ୧୦୦ ଟଙ୍କା ୧୩ ପଇସା, ହାଇଦରାବାଦରେ ୧୦୩ ଟଙ୍କା ୫ ପଇସା, ରାଜସ୍ଥାନର ଜୟପୁରରେ ୧୦୬ ଟଙ୍କା ୧୮ ପଇସା, ମୁମ୍ବଇ ୧୦୫ ଟଙ୍କା ୨୪ ପଇସା, ପାଟନା ୧୦୧ ଟଙ୍କା ୪୯ ପଇସା ଏବଂ ତିରୁଅନନ୍ତପୁରମରେ ଏହା ୧୦୦ ଟଙ୍କା ୮୭ ପଇସାରେ ପହଞ୍ଚିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories