ବାସୁଦେବପୁର: ବାସୁଦେବପୁର ପୌର କାର୍ଯ୍ୟାଳୟ ଆଗରେ କଂଗ୍ରେସ ପକ୍ଷରୁ ଆଜି ଧାରଣା ଦିଆଯାଇଛି।। ସ୍ଥାୟୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ଦାବି ସମେତ କରୋନା ରିଲିଫ ଚାଉଳ କମଦେବା ପ୍ରତିବାଦରେ କଂଗ୍ରେସକର୍ମୀମାନେ ଧାରଣାରେ ବସିଛନ୍ତି। ନଗର ସଭାପତି ଭକ୍ତରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ନେତା ଅଶୋକ କୁମାର ଦାସଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏହି ଧାରଣାରେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବାସୁଦେବପୁର ପୌର କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରହିବ ବୋଲି ଧାରଣାରତକଂଗ୍ରେସକର୍ମୀମାନେ ଚେତାବନୀ ଦେଇଛନ୍ତି।
Popular Categories



