www.samajalive.in
Monday, December 8, 2025
27.1 C
Bhubaneswar

ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫.୫ ଟଙ୍କା ବୃଦ୍ଧି

ଭୁବନେଶ୍ୱର/ନୂଆଦିଲ୍ଲୀ : ତୈଳ ମାର୍କେଟିଂ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୨୫.୫ ଟଙ୍କା ବୃଦ୍ଧି କରିଛନ୍ତି। ଯାହା ଆଜି ଠାରୁ ଲାଗୁ ହେବ। ମୁମ୍ବଇ ଏବଂ ଦିଲ୍ଲୀରେ ରନ୍ଧନ ଗ୍ୟାସ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୮୩୪.୫ ଟଙ୍କାରେ ଯାହା ପୂର୍ବରୁ ୮୦୯ ଟଙ୍କା ୧୪.୨ କିଲୋଗ୍ରାମକୁ ଥିଲା। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଭଳି ଏହା ମଧ୍ୟ ରେକର୍ଡ ସୃଷ୍ଟି କରିଛି।
କଲକାତାରେ ଘରୋଇ ସିଲିଣ୍ଡର ପାଇଁ ୮୩୫.୫୦ ଟଙ୍କା ଥିବା ବେଳେ ଚେନ୍ନାଇରେ ଏହାର ମୂଲ୍ୟ ୮୫୦.୫୦ ଟଙ୍କା। ତୈଳ ମାର୍କେଟିଂ କମ୍ପାନୀ ଦ୍ୱାରା ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୮୪ ଟଙ୍କା ବୃଦ୍ଧି କରାଯାଇଛି।
ସୂଚନା ଯୋଗ୍ୟ, ବାଣିଜ୍ୟିକ ଏଲପିଜି ଗ୍ୟାସର ମୂଲ୍ୟ ସହରରୁ ସହର ଓ ରାଜ୍ୟରୁ ରାଜ୍ୟ ମଧ୍ୟରେ ଭିନ୍ନ ହୋଇଥାଏ। ରାଜ୍ୟ ତୈଳ କମ୍ପାନୀଗୁଡିକ ସାଧାରଣତଃ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ହାର ପରିବର୍ତ୍ତନ କରିଥାଆନ୍ତି। ତେବେ ମେ ମାସରେ ଏହା ବୃଦ୍ଧି ପାଇନଥିଲା ଏବଂ ଏପ୍ରିଲରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୧୦ ଟଙ୍କା ହ୍ରାସ ମଧ୍ୟ କରାଯାଇଥିଲା। ଫେବୃଆରୀ ଓ ମାର୍ଚ୍ଚ ମାସରେ ଏହାର ମୂଲ୍ୟ ବୃଦ୍ଧି କରାଯାଇଥିଲା।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories