www.samajalive.in
Monday, December 8, 2025
17.1 C
Bhubaneswar

ଉତ୍ତରପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ଦୁର୍ଘଟଣା ; ୫ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଫିରୋଜାବାଦ ଜନପଦରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ୍ସପ୍ରେସ ୱେରେ ଏକ ସ୍ଲିପର ବସ ସହ ଡିସିଏମ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୨ ଜଣ ଗଭୀର ଭାବେ ଆହତ ହୋଇଛନ୍ତି।
ଏହି ଦୁର୍ଘଟଣା ଶିକୋହାବାଦ ନଗଲା ଅଞ୍ଚଳରେ ଏକ୍ସପ୍ରେସ ୱେରେ ଘଟିଛି। ଏକ ସ୍ଲିପର ବସ ରାଜସ୍ଥାନର ଜୟପୁରରୁ ଯାତ୍ରୀଙ୍କୁ ନେଇ ବିହାର ଯାଉଥିଲା। ଏହି ବସରେ ପ୍ରାୟ ୪୦ ରୁ ୫୦ ଯାତ୍ରୀ ଥିଲେ। ଭୋର ୫ଟା ସମୟରେ ଆଗ୍ରା –ଲକ୍ଷ୍ନୌରେ ବସ ପହଞ୍ଚିବା ପରେ ଖରାପ ହୋଇଯିବାରୁ ରାସ୍ତା କଡ଼ରେ ଠିଆ ହୋଇଥିବା ଚାଳକ ଓ ସହାୟକ ବସକୁ ଠିକ କରିବା ପାଇଁ ପ୍ରୟାସ କରୁଥିଲେ। ସେହି ସମୟରେ ଡିସିଏମ ଧକ୍କା ଦେଇଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories