www.samajalive.in
Monday, December 8, 2025
27.1 C
Bhubaneswar

ଚୋରା ବାଲି ବୋଝେଇ ହାଇୱା ସହ ବାଇକ୍ ଧକ୍କା, ବାଇକ୍ ଚାଳକ ଗୁରୁତର

ରେଙ୍ଗାଲିକ୍ୟାମ୍ପ: ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଛି । ଏହା ଯେମିତି ନିତିଦିନିଆ ଘଟଣା ହୋଇ ଯାଇଛି । ଆଜି ପୁଣି ଏକ ଦୁର୍ଘଟଣା ଘଟିଛି ୫୪ ନମ୍ୱର ରାଜ୍ୟ ରାଜପଥରେ ଥିବା ଦେଶଭଟଲି ଖେଳପଡିଆ ସମ୍ମୁଖରେ। ଚୋରା ବାଲି ବୋଝେଇ ହାଇୱାଗୁଡ଼ିକ ନିତିଦିନିଆ ଭାବରେ ଏହି ରାସ୍ତା ଦେଇ ଯିବା ଆସିବା କରିଥାଏ। ଏମିତି ଏକ ବାଲି ବୋଝେଇ ହାଇୱା ନମ୍ବର ଓଡି ୧୫ ଏସ ୦୩୩୧ ରାସ୍ତାରେ ବିନା ଇଣ୍ଡିକେଟରରେ ଅଟକି ଥିବା ବେଳେ ଟାମ୍ପରସରାର ମନବୋଧ ବଗର୍ତ୍ତି ନିଜ ପତ୍ନୀ ସହ ବାଇକ୍ ଓଡି ୩୧ ଇ୦୪୬୨ରେ ନିଜ ଘରକୁ ଫେରୁଥିବା ବେଳେ ଉକ୍ତ ହାଇୱା ସହ ଧକ୍କା ହେବା ପରେ ବାଇକ୍ ଆରୋହୀ ଓ ତାଙ୍କ ସ୍ତ୍ରୀ ଛିଟିକି ପଡିଯାଇଥିଲେ। ଫଳରେ ମହିଳା ଜଣକ ଅଳ୍ପକେ ବାର୍ତ୍ତିଯାଇଥିବା ବେଳେ ବାଇକ୍ ଚାଳକ ମନବୋଧ ଗୁରୁତର ହୋଇଛନ୍ତି। ତେଣୁ ତାନୁ ବୁର୍ଲା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି। ଏହି ରାସ୍ତାରେ ଏମିତି ଅନେକ ଦୁର୍ଘଟଣା ଘଟିଛି । ଲକଡାଉନ ସମୟରେ ବଡ ବଡ଼ ଗାଡ଼ି କିମ୍ବା ବସ ଚଳାଚଳ ବନ୍ଦ ଥିବା ବେଳେ ଏହି ବାଲି ବୋଝେଇ ଟ୍ରକଗୁଡ଼ିକ ଯୋଗୁ ଦୁର୍ଘଟଣା ଘଟିଛି। କିନ୍ତୁ ପୋଲିସ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନଥିବା ଯୋଗୁଁ ଅଞ୍ଚଳରେ ପୋଲିସ ପ୍ରତି ଲୋକଙ୍କ ଆସ୍ଥା ତୁଟିଯାଉଛି। ଏପରିକି ଦୁଇ ଦିନ ତଳେ ଧାନ ବୋଝେଇ ଟ୍ରକ ଦୁର୍ଘଟଣାର ମିଳୁଥିବା ତଥ୍ୟ ମେଳା ଖାଉ ନ ଥିବା ବେଳେ ପୋଲିସ ଏ ଦିଗରେ କୌଣସି କେସ ରୁଜୁ କରି ନଥିବା କି କୌଣସି ପଦକ୍ଷେପ ନେଇ ନଥିବା ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ତେବେ ଦେଖାଯାଉ ଆଜିର ଏହି ଦୁର୍ଘଟଣାରେ ପୋଲିସ କି ପଦକ୍ଷେପ ନେଉଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories