www.samajalive.in
Monday, December 8, 2025
27.1 C
Bhubaneswar

ଜନକଲ୍ୟାଣ ସେବା ଟ୍ରଷ୍ଟର ନୂତନ କର୍ମକର୍ତ୍ତା ଚୟନ ଓ ପ୍ରତିଭା ସମ୍ମାନ ପ୍ରଦାନ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନଏସି ସ୍ଥିତ ଲାଦେରପାଲି ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଆଜି ଜନସେବା କଲ୍ୟାଣ ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ଟ୍ରଷ୍ଟ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯିବା ସହ ଶପଥ ପାଠ କରାଯାଇଥିଲା। ଏହି ସଭାକୁ ଅଜିତ କୁମାର ନାଥ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅବସର ପ୍ରାପ୍ତ ଶିକ୍ଷକ କୈଳାଶ ମହାରଣା, ରାମଚଣ୍ଡୀ ମନ୍ଦିର କମିଟିର ସଭାପତି ଦିବାକର ପ୍ରଧାନ ମଞ୍ଚାସିନ ଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଥିବା ତଥା କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରିବାର ମନୋବଳ ରଖୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ହୃଷୀକେଶ ଖମାରୀଙ୍କୁ, ଥାନା ଅଧିକାରୀ ଦିଲିପ୍ ବେହେରା, କୈଳାଶ ମହାରଣା,ଦୁର୍ଲଭ ଗଡତିଆ, ଧର୍ମରାଜ ପ୍ରଧାନ ଏବଂ ବରଗଡ଼ର ମେହେର ଦମ୍ପତିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା। ଟ୍ରଷ୍ଟର ନୂତନ କର୍ମକର୍ତ୍ତା ଭାବରେ ଟ୍ରଷ୍ଟର ଜିଲ୍ଲା ସଂଯୋଜକ ଭାବରେ ସାମ୍ବାଦିକ ହୃଷୀକେଶ ଖମାରୀ, ସୂଚନା ଅଧିକାରୀ ଭାବେ ଅଜିତ ନାଥ, ଉପସଭାପତି ଧର୍ମରାଜ ପ୍ରଧାନ, ପ୍ରଶାସନ ଅଧିକାରୀ ଭାବରେ କୈଳାସ ମହାରଣାଙ୍କୁ ଦାୟିତ୍ଵ ଦିଆଯାଇ ସଭାପତିଙ୍କ ଦ୍ଵାରା ଶପଥ ପାଠ କରାଯାଇଥିଲା। ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ତାଙ୍କର ପୈତୃକ ସଂପତ୍ତିରୁ ଦୁଇ ଏକର ଜମି ବୃଦ୍ଧାଶ୍ରମ ଓ ଜରାଶ୍ରମ ପାଇଁ ଟ୍ରଷ୍ଟ କୁ ଦାନ କରି ମହାନ୍ ମାନବିକତାର ପରିଚୟ ଦେଇଛନ୍ତି।ଅଞ୍ଚଳରେ ତାଙ୍କର ଏହି ମହାର୍ଘ ଦାନ ପାଇଁ ଭୂରି ପ୍ରଶଂସା କରାଯାଇଛି। “ମାନବ ସେବା ହିଁ ମାଧବ ସେବା” ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରି ଶ୍ରୀ ଦାଶ ସମାଜକୁ ପ୍ରେରଣା ଯୋଗାଇବା ସହ ଉଦାହରଣ ସୃଷ୍ଟି କରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories