www.samajalive.in
Monday, December 8, 2025
27.1 C
Bhubaneswar

ସୁସ୍ଥ ଜୀବନଶୈଳୀ ବଞ୍ଚିବାରେ ସାହାଯ୍ୟ କରେ ଆଲମଣ୍ଡ

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ମଧ୍ୟରେ ସମଗ୍ର ବିଶ୍ୱର ଲୋକ, ବିଶେଷ କରି ଭାରତର ଲୋକମାନେ ନୂଆ ସ୍ୱାଭାବିକତାକୁ ନେଇ ବଞ୍ଚୁଥିବାବେଳେ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟଗତ ନିରାପତ୍ତା ପ୍ରଥମ ସ୍ଥାନ ନେଉଛି । ବିଶେଷକରି ନିଜକୁ ସୁସ୍ଥ ରଖିବା ଏବଂ ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଦିଗରେ ସମସ୍ତେ ପ୍ରୟାସ କରୁଛନ୍ତି । ଏ କ୍ଷେତ୍ରରେ ଜନସାଧାରଣଙ୍କ ପାଇଁ ଆଲମଣ୍ଡ ବିଶେଷ ସହାୟକ ହୋଇପାରିବ ବୋଲି କହିଛନ୍ତି ଗବେଷକମାନେ । ପ୍ରତିଦିନ ଖାଦ୍ୟରେ କିଛି ଆଲମଣ୍ଡକୁ ସାମିଲ କଲେ ତାହା ଶରୀରର ପାଇଁ ବିଶେଷ ଉପକାରୀ ହେଉଥିବା ସେମାନେ କହିଛନ୍ତି । ନିକଟରେ ଆଲମଣ୍ଡ ବୋର୍ଡ ଅଫ୍ କାଲିଫର୍ଣ୍ଣିଆ ପକ୍ଷରୁ ‘ମହାମାରୀ ମଧ୍ୟରେ ପାରିବାରିକ ସ୍ୱାସ୍ଥ୍ୟ ଓ ପୋଷଣ ସୁନିଶ୍ଚିତ କରିବାର ଗୁରୁତ୍ୱ’ ପ୍ରସଙ୍ଗ ଉପରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା । ଏହି ଆଲୋଚନାରେ ବର୍ତମାନ ଦେଶର ସ୍ୱାସ୍ଥ୍ୟ ପରିସ୍ଥିତି ଉପରେ ଗୁରୁତ୍ୱ ଦିଆଯିବା ସହିତ ପ୍ରତିଷେଧକ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା, ଯାହାକୁ ପରିବାରଗୁଡିକ ନିଜର ଦୈନନ୍ଦିନ ଆହାର ଓ ଜୀବନଶୈଳୀ ମଧ୍ୟରେ ସାମିଲ କରିପାରିବେ । ଏଥିରେ ବେଙ୍ଗଲି ଓ ଓଡିଆ ଅଭିନେତ୍ରୀ ଅର୍ପିତା ଚାଟର୍ଜୀଙ୍କ ସହିତ ମ୍ୟାକ୍ସ ହେଲ୍‌ଥକେୟାର ଦିଲ୍ଲୀର ଡାଇବେଟିସ ବିଭାଗର ଆଂଚଳିକ ମୁଖ୍ୟ ରିତିକା ସମାଦ୍ଦାର ସାମିଲ ହୋଇଥିଲେ ।
ଅଧିବେଶନ କାଳରେ ସଂପ୍ରତି ଲୋକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷକରି ଶାରୀରିକ ସମସ୍ୟା ସମାଧାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ସଠିକ ପୋଷଣ ଓ ଖାଦ୍ୟପେୟ ଅଭ୍ୟାସ, ନିୟମିତ ବ୍ୟାୟାମ ଏବଂ ବର୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ନିଜର ଯତ୍ନ ନେବାର ଗୁରୁତ୍ୱ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ପୁଷ୍ଟିକର ଖାଦ୍ୟ ଖାଇ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ସମ୍ପର୍କରେ ଅଭିନେତ୍ରୀ ଅର୍ପିତା ଚାଟର୍ଜୀ କହିଥିଲେ, ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଉପରେ ନିର୍ଭର କରିଥାଏ । ଏଭଳି ଖାଦ୍ୟ ଉପରେ ଗୁରୁତ୍ୱ ଦେଇଥାଏ ଯାହା ଜିଙ୍କ୍ ଭଳି ରୋଗ ପ୍ରତିରୋଧକ ଶକ୍ତିକୁ ସମର୍ଥନ କରୁଥିବା ପୋଷଣ ପ୍ରଦାନ କରିଥାଏ । ଆଲମଣ୍ଡ ହେଉଛି ଜିଙ୍କ ର ଏକ ଉନ୍ନତ ଉତ୍ସ, ଯାହା ଶରୀରରେ ପ୍ରତିରକ୍ଷା ପ୍ରଣାଳୀର ଅଭିବୃଦ୍ଧି, ବିକାଶ ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମୁଁ ଅନେକ ବର୍ଷ ହେବ ଏହି ଅଭ୍ୟାସକୁ ଅନୁସରଣ କରିଆସୁଛି ଏବଂ ନିଶ୍ଚିତ ରୂପେ ଅନ୍ୟ ପରିବାରଗୁଡିକୁ ମଧ୍ୟ ଏଭଳି କରିବାକୁ ନିବେଦନ କରୁଛି । ରିତିକା ସାମାଦ୍ଦର କହିଥିଲେ ଅଧିକାଂଶ ଭାରତୀୟ ଉଚ୍ଚ ରକ୍ତଚାପ, କାଡିଓଭାସ୍କୁଲାର ଡିଜିଜ, ମଧୁମେହ ଓ ମେଦ ବହୁଳତା ଭଳି ରୋଗରେ ପୀଡିତ ଅଛନ୍ତି । ଏହିଭଳି ଲୋକମାନେ ନିଜ ପରିବାର ଓ ନିଜର ଆହାରରେ ଆଲମଣ୍ଡକୁ ସାମଲ କଲେ ତାହା ଶରୀରକୁ କପର, ଫୋଲେଟ, ଆଇରନ, ଭିଟାମିନ ଇ ଓ ପୋଷକତତ୍ୱ ଯୋଗାଇବା ସହିତ ଶରୀରର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବ ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories