www.samajalive.in
Monday, December 8, 2025
20.1 C
Bhubaneswar

ଗୋରୁ ବୋଝେଇ ଟ୍ରକ ଜବତ, ଜଣେ ଗିରଫ 

ବେଗୁନିଆ : ବେଗୁନିଆ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସୋମବାର ବିଳମ୍ବିତ ରାତ୍ରରେ ଏହି ଥାନା ଅନ୍ତର୍ଗତ ଚଟୁଆଠାରୁ ୨୦ଟି ଗୋରୁ ବୋଝେଇ କରି ଯାଉଥିବା ଏକ ଟ୍ରକକୁ ଜବତ କରିଛି । ଗାଡି ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବେଗୁନିଆ ଥାନା ଅଂଚଳରେ ଲକଡ଼ାଉନ ଏବଂ ସଟଡାଉନରେ ଗୋରୁ ବେପାରିମାନେ ସକ୍ରିୟ ରହି ରାତି ଅଧିଆ ଗୋଚାଲାଣ କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅନ୍ତର୍ଗତ କଡବ ଗ୍ରାମରୁ ଏକ ଆଇଚର ଟ୍ରକରେ ୨୦ ଟି ଗୋରୁ ଅତି ଦୟନୀୟ ଅବସ୍ଥାରେ ବୋଝେଇ କରି ଧରପଡିବା ଭୟରେ ବେଗୁନିଆ ଦେଇ ନଯାଇ ପରିଚ୍ଛଳ ଦେଇ ଖୋର୍ଦ୍ଧା ଅଭିମୁଖେ ଯିବାପାଇଁ ବାହାରିଥିବା ଟ୍ରକଟିକୁ ପେଟ୍ରୋଲିଂ ସମୟରେ ଚଟୁଆଠାରେ ଥାନା ଏସଆଇ ଶ୍ରୀକାନ୍ତ କୁମାର ପଣ୍ଡା, ଏଏସଆଇ ପୀତବାସ ମହାନ୍ତି ଏବଂ ଥାନା କର୍ମଚାରୀମାନେ ଜବତ କରି ଥାନାକୁ ଆଣିଥିଲେ । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମଡୁମା ରଘୁନାଥପୁର ଗ୍ରାମର ଡ୍ରାଇଭର ବାବୁଲା ଲେଙ୍କାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ପୋଲିସ ଗୋରୁଗୁଡିକ ଭୁବନେଶ୍ୱରସ୍ଥିତ ସିଜୁଆ ଗୋଶାଳା ଜିମା ଦେଇଛି । ଗୋଚାଲାଣ ଅଭିଯୋଗରେ ପୋଲିସ ଥାନାରେ ୧୧୪/୨୧ ନଂ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories